ଆମେରିକାରେ ୧୧ ଭାରତୀୟ କରୋନାରେ ମୃତ, ୧୬ ସଂକ୍ରମିତ

ୱାଶିଂଟନ: ଆମେରିକାରେ ମହାମାରୀ କରୋନା ଭାଇରସ ସବୁଠାରୁ ଅଧିକ ଭୟଙ୍କର ରୂପ ଧାରଣ କରିଛି। ବର୍ତ୍ତମାନ ସୁଦ୍ଧା ଏଠାରେ ୧୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୪ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଏହି ମହାମାରୀରେ ଆକ୍ରାନ୍ତ ହୋଇ ଆମେରିକାରେ ରହୁଥିବା ୧୧ ଜଣ ଭାରତୀୟ ପ୍ରାଣ ହରାଇଥିବା ବେଳେ ୧୬ ଜଣ ସଂକ୍ରମିତ ହୋଇଛନ୍ତି। କୋଭିଡ୍-୧୯ରେ ଆମେରିକାରରେ ପ୍ରାଣ ହରାଇଥିବା ସମସ୍ତ ଭାରତୀୟ ହେଉଛନ୍ତି ପୁରୁଷ। ଏମାନଙ୍କ ମଧ୍ୟରୁ ୧୦ ଜଣ କରୋନା […]

y

Hemant Lenka
  • Published: Thursday, 09 April 2020
  • , Updated: 09 April 2020, 03:23 PM IST

ୱାଶିଂଟନ: ଆମେରିକାରେ ମହାମାରୀ କରୋନା ଭାଇରସ ସବୁଠାରୁ ଅଧିକ ଭୟଙ୍କର ରୂପ ଧାରଣ କରିଛି। ବର୍ତ୍ତମାନ ସୁଦ୍ଧା ଏଠାରେ ୧୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୪ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଏହି ମହାମାରୀରେ ଆକ୍ରାନ୍ତ ହୋଇ ଆମେରିକାରେ ରହୁଥିବା ୧୧ ଜଣ ଭାରତୀୟ ପ୍ରାଣ ହରାଇଥିବା ବେଳେ ୧୬ ଜଣ ସଂକ୍ରମିତ ହୋଇଛନ୍ତି।

କୋଭିଡ୍-୧୯ରେ ଆମେରିକାରରେ ପ୍ରାଣ ହରାଇଥିବା ସମସ୍ତ ଭାରତୀୟ ହେଉଛନ୍ତି ପୁରୁଷ। ଏମାନଙ୍କ ମଧ୍ୟରୁ ୧୦ ଜଣ କରୋନା ଭାଇରସର ହଟସ୍ପଟ କୁହାଯାଉଥିବା ନ୍ୟୁୱର୍କ ଓ ନ୍ୟୁଜର୍ସିରେ ରହୁଥିଲେ। ସେହିପରି ୪ ଜଣ ହେଉଛନ୍ତି ଟ୍ୟାକ୍ସି ଡ୍ରାଇଭର। ଫ୍ଲୋରିଡାରେ ରହୁଥିବା ଜଣେ ଭାରତୀୟ ମଧ୍ୟ କରୋନାରେ ଆଖି ବୁଜିଛନ୍ତି।

ଅନ୍ୟପକ୍ଷରେ କରୋନାରେ ଆକ୍ରାନ୍ତ ହୋଇଥିବା ୧୬ ଭାରତୀୟଙ୍କ ମଧ୍ୟରେ ୪ ଜଣ ମହିଳା ରହିଛନ୍ତି। ସେମାନେ କରୋନାରେ ଆକ୍ରାନ୍ତ ହେବା ପରେ ସେଲଫ କ୍ୱାରେଣ୍ଟାଇନରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୮ ଜଣ ନ୍ୟୁୱର୍କର, ନ୍ୟୁଜର୍ସିର ୩ ଜଣ ହୋଇଥିବା ବେଳେ ବାକି ଲୋକମାନେ ଟେକ୍ସାସ ଓ କାଲିଫର୍ଣ୍ଣିଆରେ ରହୁଥିଲେ।

ଆମେରିକାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ଆକ୍ରାନ୍ତଙ୍କ ସହ ନିୟମିତ ଯୋଗାଯୋଗ କରାଯାଉଛି ଓ ସେମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି।

Related story