ଚୋରକୁ କରୋନା, କ୍ୱାରେଣ୍ଟାଇନରେ ଗଲେ ୧୧ ପୁଲିସ

ଗୌହାଟୀ: ଆସାମର ଗୌହାଟୀରେ ୧୧ ଜଣ ପୁଲିସ କର୍ମଚାରୀଙ୍କୁ କରୋନା ସଂକ୍ରମଣ ଭୟରେ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି। ଏହି ପୁଲିସ କର୍ମଚାରୀମାନେ ଗତ ସପ୍ତାହରେ ଗ୍ୟାସ ସିଲିଣ୍ଡର ଚୋରି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ତା’ର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତ ପୁଲିସ୍‌ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି। ସୂଚନା ଅନୁସାରେ, ଜୁନ ୯ରେ ହାଟୀ ଗାଁରୁ ସିଲିଣ୍ଡର ଚୋରି ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଥିଲା। ଦିନକ ପରେ ତାକୁ ତେଜପୁର ଜେଲକୁ […]

ed

Hemant Lenka
  • Published: Monday, 15 June 2020
  • , Updated: 15 June 2020, 12:56 PM IST

ଗୌହାଟୀ: ଆସାମର ଗୌହାଟୀରେ ୧୧ ଜଣ ପୁଲିସ କର୍ମଚାରୀଙ୍କୁ କରୋନା ସଂକ୍ରମଣ ଭୟରେ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି। ଏହି ପୁଲିସ କର୍ମଚାରୀମାନେ ଗତ ସପ୍ତାହରେ ଗ୍ୟାସ ସିଲିଣ୍ଡର ଚୋରି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ତା’ର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତ ପୁଲିସ୍‌ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି।

ସୂଚନା ଅନୁସାରେ, ଜୁନ ୯ରେ ହାଟୀ ଗାଁରୁ ସିଲିଣ୍ଡର ଚୋରି ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଥିଲା। ଦିନକ ପରେ ତାକୁ ତେଜପୁର ଜେଲକୁ ପଠାଯାଇଥିଲା। ତେବେ ସେଠାରେ ତା’ର ଦେହ ଖରାପ ହେବା ଯୋଗୁ ଜେଲର ପ୍ରୋଟୋକଲ ଅନୁଯାଇ ଅଭିଯୁକ୍ତର କୋରନା ଟେଷ୍ଟ କରାଯାଇଥିଲା। ଆଜି ତା’ର ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ଆସିବାପରେ ଜେଲକୁ କଣ୍ଟେନମେଣ୍ଟ ଜୋନ ରୂପେ ଘୋଷଣା କରାଯାଇଛି।

ଏହାପରେ ଅଭିଯୁକ୍ତର ସଂସ୍ପର୍ଶରେ ଆସିଥିବା ୧୧ ଜଣ ପୁଲିସକର୍ମୀଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ପଠାଯାଇଛି। ଏହାସହ ହାଟୀ ଗାଁ ଓ ତେଜପୁର ଜେଲକୁ ସାନିଟାଇଜ କରାଯାଇଛି।

Related story