ରାଞ୍ଚି: ଝାରଖଣ୍ଡ ଷଢ଼େଇକଳା ଜିଲ୍ଲାରେ ଆଜି ମାଓବାଦୀ ଆଇଇଡି ବିସ୍ଫୋରଣ କରିଛନ୍ତି। ଭୋର ୪ଟା ସମୟରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ଏହି ବିସ୍ଫୋରଣରେ ମୋଟ ୧୧ ଜଣ ଆହତ ହୋଇଥିବା ସୂଚନା ରହିଛି। ଆହତଙ୍କ ମଧ୍ୟରେ କୋବ୍ରା ବାଟାଲିୟନର ୮ ଜଣ ଯବାନ ଥିବା ବେଳେ ତିନି ଜଣ ପୁଲିସ କର୍ମଚାରୀ ଥିବା ଜଣାପଡ଼ିଛି। ଏହି ତିନି ପୁୁଲିସ ଷଢ଼େଇକଳା ଜିଲ୍ଲା ପୁଲିସ ଅଧିନରେ କାର୍ଯ୍ୟରତ। ସମସ୍ତ ଆହତ ଯବାନ ଓ ପୁଲିସଙ୍କୁ ହେଲିକପ୍ଟର ଯୋଗେ ରାଞ୍ଚି ପଠାଯାଇଥିବା ସୂଚନା ରହିଛି।
ସ୍ଥାନୀୟ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଷଢ଼େଇକଳା ଜିଲ୍ଲାର କୁଚାଇ ଜଙ୍ଗଲରେ ଯବାନ ଓ ପୁଲିସ ମିଳିତ ଭାବେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ପାଟ୍ରୋଲିଂ ଗାଡ଼ିଟି ଆଇଇଡି ବୋମା ଖଞ୍ଜା ଯାଇଥିବା ସ୍ଥାନ ଅତିକ୍ରମ କରୁଥିବା ବେଳେ ବିସ୍ଫୋରଣର ସାମ୍ନା କରିଥିଲା। ବିସ୍ଫୋରଣ ହେବା ପରେ ପାଖରେ ଥିବା ମାଓବାଦୀ ମାନେ ଘେରିଯାଇ ଆହତ ଯବାନଙ୍କୁ ଉପରକୁ ଗୁଳି ଚଳାଇଥିଲେ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କ୍ଲାସ୍ ରୁମ୍ରେ ପର୍ଣ୍ଣ ଫିଲ୍ମ ଦେଖୁଥିଲେ ଶିକ୍ଷକ, ଧରାପଡ଼ିବାରୁ ଛାତ୍ରଙ୍କୁ ନିର୍ଧୁମ ପିଟିଲେ
ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।
National
ଗଞ୍ଜେଇ ସହ ଧରାପଡ଼ିଲେ ବିଧାୟିକାଙ୍କ ପୁଅ, ଅଭିଯୋଗକୁ ଖଣ୍ଡନ କଲେ ମା'
ଥାକଜୀ ବ୍ରିଜ ତଳୁ ଏକ ଗୋଷ୍ଠୀର ସଦସ୍ୟଙ୍କ ଠାରୁ ଗଞ୍ଜେଇ ଜବତ ହୋଇଥିଲା। ଏହି ମାମଲାରେ ସିପିଏମ୍ ବିଧାୟିକା ୟୁ ପ୍ରତିଭାଙ୍କ ପୁଅ ସମେତ ୯ ଜଣଙ୍କୁ ଗିରଫ କରାଯାଇଥିଲା।
National
ଜହ୍ଲାଦ ପାଲଟିଲା ସ୍ୱାମୀ, ତୃତୀୟ ଝିଅ ଜନ୍ମ ହେବାରୁ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା
ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।
National
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ୱ ଚେସ୍ ଚାମ୍ପିଅନ୍ ଡି. ଗୁକେଶ
ମୋଦିଙ୍କୁ ନିଜ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ମେଡାଲ୍ ଦେଖାଇବା ସହିତ, ସେ ଜିତିଥିବା ମ୍ୟାଚର ଅରିଜିନାଲ୍ ଚେସବୋର୍ଡ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି ଗୁକେଶ।
Crime
କବାଟ ଲକରେ କେମିତି ଝୁଲିଲେ ମହିଳା? ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ
ମହିଳାଙ୍କ ମୃତଦେହ ତାଙ୍କ ଘର କବାଟର ଲକରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ମହିଳାଙ୍କୁ ଜଣେ ପୁଲିସ କନଷ୍ଟେବଲ ହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି।