କରୋନାକୁ ନକଡାଉନ୍ କରିଲେ ଶତାୟୁ ମହିଳା

ମାଦ୍ରିଦ: ବିଶ୍ୱରେ କରୋନାରେ ବୟସ୍କ ଲୋକଙ୍କ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ଏଭଳି ସ୍ଥିତିରେ ଜଣେ ୧୧୩ ବର୍ଷୀୟ ମହିଳା କରୋନାକୁ ହରାଇଛନ୍ତି। ଏହି ମହିଳାଙ୍କ ନାମ ହେଉଛି ମାରିଆ ବ୍ରାନିଆସ୍। ସେ ସ୍ପେନର ବାସିନ୍ଦା। ଗତ ଏପ୍ରିଲ ମାସରେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ସେ ପୂର୍ବ ଓଲୋଟ୍ ସହରର ସାଣ୍ଟା ମାରିଆ ଡେଲ୍ ତୁରା କେୟାର ହାଉସରେ ଭର୍ତ୍ତି ହୋଇଥିଲେ।। ଗତ ସପ୍ତାହରେ ସେ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସ୍ପେନରେ […]

mariain spain coronavirus

mariain spain coronavirus

Subhransu Sekhar
  • Published: Wednesday, 13 May 2020
  • Updated: 13 May 2020, 03:19 PM IST

Sports

Latest News

ମାଦ୍ରିଦ: ବିଶ୍ୱରେ କରୋନାରେ ବୟସ୍କ ଲୋକଙ୍କ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ଏଭଳି ସ୍ଥିତିରେ ଜଣେ ୧୧୩ ବର୍ଷୀୟ ମହିଳା କରୋନାକୁ ହରାଇଛନ୍ତି। ଏହି ମହିଳାଙ୍କ ନାମ ହେଉଛି ମାରିଆ ବ୍ରାନିଆସ୍। ସେ ସ୍ପେନର ବାସିନ୍ଦା। ଗତ ଏପ୍ରିଲ ମାସରେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ସେ ପୂର୍ବ ଓଲୋଟ୍ ସହରର ସାଣ୍ଟା ମାରିଆ ଡେଲ୍ ତୁରା କେୟାର ହାଉସରେ ଭର୍ତ୍ତି ହୋଇଥିଲେ।। ଗତ ସପ୍ତାହରେ ସେ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସ୍ପେନରେ କରୋନା ବେଲଗାମ୍ ହୋଇଥିବା ବେଳେ ଏହି ସମୟରେ ଜଣେ ଶତାୟୁ ମହିଳା କରୋନାକୁ ହରାଇବା ସ୍ପେନ୍ ପାଇଁ ଆଶାର ସଞ୍ଚାର ପାଲଟିଛି।

ମାରିଆ ମାର୍ଚ୍ଚ ୪, ୧୯୦୭ ରେ ସାନ ଫ୍ରାନ୍ସିସ୍କୋରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଉତ୍ତର ସ୍ପେନର ଜଣେ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ। ତେବେ ପ୍ରଥମ ବିଶ୍ୱଯୁଦ୍ଧ ବେଳେ ମାରିଆ ଏବଂ ତାଙ୍କ ପରିବାର ଲୋକେ ସ୍ପେନକୁ ପଳାଇ ଆସିଥିଲେ। ୧୯୧୮-୧୯ରେ ସ୍ପେନରେ ମହାମାରୀ ହୋଇଥିଲା ୧୯୩୬-୩୯ରେ ସ୍ପେନର ଗୃହଯୁଦ୍ଧ ହୋଇଥିଲା। ଆଉ ଏବେ କରୋନା ଭାଇରସକୁ ହରାଇବାରେ ସଫଳ ହୋଇଛନ୍ତି ମାରିଆ। ସ୍ପେନ ଗଣମାଧ୍ୟମରେ ମାରିଆଙ୍କ ଏହି ଜୀବନୀକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

କରୋନାରେ ସର୍ବାଧକ କ୍ଷତିଗ୍ରସ୍ତ ହୋଇଛି ଆମେରିକା। ଏହାପରେ ସ୍ପେନ୍ ରହିଛି। ଏଠାରେ ୨୬୯, ୫୨୦ ଜଣ କରୋନା ସଂକ୍ରମିତ ରହିଥିବା ବେଳେ ୨୬, ୯୨୦ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ୬୨, ୧୩୦ ଜଣ ଚିକିତ୍ସାଧୀନ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos