ପରୀକ୍ଷା ଦେଲେ ୧୨୨ ଆଇପିଏସ୍‌ ଅଫିସର୍, ପାସ୍ ହେଲେ ମାତ୍ର ୩

ହାଇଦ୍ରାବାଦ: ପରୀକ୍ଷା ଦେଲେ ୧୨୨ ଜଣ ଆଇପିଏସ୍‌ ଅଫିସର୍, କିନ୍ତୁ ପାସ୍‌ ହେଲେ ମାତ୍ର ୩ ଜଣ। ଏଭଳି ଆଶ୍ଚର୍ଯ୍ୟକର ପରୀକ୍ଷାଫଳ ଆସିଛି ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ପୁଲିସ୍‌ ଏକାଡେମୀରୁ। ୨୦୧୬ ରେଗୁଲାର୍ ରିକ୍ର୍ୟୁଟ୍ ବ୍ୟାଚ୍‌ର ୧୨୨ଜଣ ଆଇପିଏସ୍‌ ଅଫିସର୍ ପୁଲିସ୍‌ ଏକାଡେମୀ ପରୀକ୍ଷା ଦେଇଥିଲେ। ଏମାନଙ୍କୁ ମଧ୍ୟରୁ ମାତ୍ର ୩ ଜଣ ପାସ୍‌ କରିଥିବା ବେଳେ ୧୧୯ ଜଣ ଫେଲ୍‌ ହୋଇଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟବର୍ଷଗୁଡ଼ିକ ତୁଳନାରେ ଏହା […]

ips

ips

Rakesh Mallick
  • Published: Sunday, 08 July 2018
  • Updated: 08 July 2018, 07:21 PM IST

Sports

Latest News

ହାଇଦ୍ରାବାଦ: ପରୀକ୍ଷା ଦେଲେ ୧୨୨ ଜଣ ଆଇପିଏସ୍‌ ଅଫିସର୍, କିନ୍ତୁ ପାସ୍‌ ହେଲେ ମାତ୍ର ୩ ଜଣ। ଏଭଳି ଆଶ୍ଚର୍ଯ୍ୟକର ପରୀକ୍ଷାଫଳ ଆସିଛି ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ପୁଲିସ୍‌ ଏକାଡେମୀରୁ।

୨୦୧୬ ରେଗୁଲାର୍ ରିକ୍ର୍ୟୁଟ୍ ବ୍ୟାଚ୍‌ର ୧୨୨ଜଣ ଆଇପିଏସ୍‌ ଅଫିସର୍ ପୁଲିସ୍‌ ଏକାଡେମୀ ପରୀକ୍ଷା ଦେଇଥିଲେ। ଏମାନଙ୍କୁ ମଧ୍ୟରୁ ମାତ୍ର ୩ ଜଣ ପାସ୍‌ କରିଥିବା ବେଳେ ୧୧୯ ଜଣ ଫେଲ୍‌ ହୋଇଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟବର୍ଷଗୁଡ଼ିକ ତୁଳନାରେ ଏହା ସବୁଠାରୁ ଖରାପ ପରୀକ୍ଷାଫଳ ବୋଲି କୁହାଯାଉଛି।

ପ୍ରକୃତ କଥା ହେଲା, ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଯେଉଁମାନେ ଆଇପିଏସ୍‌ ପାଆନ୍ତି, ସେମାନଙ୍କୁ ନିଯୁକ୍ତି ଦେବା ପୂର୍ବରୁ ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ପୁଲିସ୍‌ ଏକାଡେମୀରେ ପ୍ରଶିକ୍ଷଣ ଦିଆଯାଏ। ସେହିଠାରୁ ଉତ୍ତୀର୍ଣ୍ଣ ହେବା ପୂର୍ବରୁ ସେମାନଙ୍କୁ ଏକ ପରୀକ୍ଷା ଦେବାକୁ ପଡ଼ିଥାଏ। ପାସ୍ କରିବା ପାଇଁ ୩ ଥର ସୁଯୋଗ ଦିଆଯାଏ। ପାସ୍ ନ କରିପାରିଲେ ସେମାନଙ୍କୁ ସେବାରୁ ହଟାଇ ଦିଆଯାଏ। କିନ୍ତୁ ଚଳିତ ଥର ଏହି ପରୀକ୍ଷାରେ ୧୧୯ ଜଣ ଆଇପିଏସ୍‌ ଅଫିସର୍ ଏକାଧିକ ବିଷୟରେ ଫେଲ୍‌ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos