୧୨ ବର୍ଷୀୟ କରୋନା ରୋଗୀଙ୍କ ମୃତ୍ୟୁ

ରୋମ: କରୋନା ବିଶ୍ୱର ସର୍ବକନିଷ୍ଠ ବୟସ୍କଙ୍କ ମୁଣ୍ଡ ନେଇଛି। ବେଲଜିମୟରେ ଜଣେ ୧୨ ବର୍ଷୀୟ ଝିଅ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବେଲଜିୟମ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କିଛି ଦିନ ତଳେ ଝିଅ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ସ୍ୱତନ୍ତ୍ର ଭାବେ ଚିକିତ୍ସା ଯୋଗାଇ ଦିଆଯାଉଥିଲା। ହେଲେ ଡାକ୍ତରଙ୍କ ସବୁ ଉଦ୍ୟମ ସତ୍ତ୍ୱେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏଭଳି କମ ବୟସରେ […]

uh

Hemant Lenka
  • Published: Tuesday, 31 March 2020
  • , Updated: 31 March 2020, 05:57 PM IST

ରୋମ: କରୋନା ବିଶ୍ୱର ସର୍ବକନିଷ୍ଠ ବୟସ୍କଙ୍କ ମୁଣ୍ଡ ନେଇଛି। ବେଲଜିମୟରେ ଜଣେ ୧୨ ବର୍ଷୀୟ ଝିଅ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ବେଲଜିୟମ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କିଛି ଦିନ ତଳେ ଝିଅ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ସ୍ୱତନ୍ତ୍ର ଭାବେ ଚିକିତ୍ସା ଯୋଗାଇ ଦିଆଯାଉଥିଲା। ହେଲେ ଡାକ୍ତରଙ୍କ ସବୁ ଉଦ୍ୟମ ସତ୍ତ୍ୱେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏଭଳି କମ ବୟସରେ କରୋନା ଯୋଗୁ ପ୍ରାଣ ହରାଇବା ସାରା ବିଶ୍ୱରେ ଖୁବ ବିରଳ ଘଟଣା। ଏହା ଆମକୁ ଆଶ୍ଚର୍ଯ୍ୟ ଚିକିତ କରିଛି ବୋଲି ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ସୂଚନା ଅନୁସାରେ ୩ ଦିନ ତଳେ ଥଣ୍ଡା ଓ ଜ୍ୱର ଯୋଗୁ ଝିଅ ଜଣଙ୍କ ହସ୍ପିଟାଲକୁ ଆସିଥିଲେ। ତାଙ୍କ ରକ୍ତ ନମୁନା ପରୀକ୍ଷା କରାଯିବା ବେଳେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଗତ ସପ୍ତାହରେ ଫ୍ରାନ୍ସରେ ଜଣେ ୧୬ ବର୍ଷୀୟ ଝିଅର କରୋନା ଯୋଗୁ ମୃତ୍ୟୁ ଘଟିଥିଲା।

Related story