୧୨ ବର୍ଷରେ ତୁଟିଗଲା ସଂସାର ମୋହ: ସନ୍ନ୍ୟାସୀ ହୋଇ ସଚିନ୍‌ଙ୍କ ଫରାରୀରେ ବୁଲିଲେ ହୀରା ବ୍ୟବସାୟୀଙ୍କ ପୁଅ

ସୁରତ: ମନ ଯେତେବେଳେ ମୋହ, ମାୟା ବନ୍ଧନରୁ ମୁକ୍ତ ହେବାକୁ ଚାହେଁ, ସେତେବେଳେ ଧନ, ଯୌବନ ସବୁ ତୁଚ୍ଛ ଲାଗେ। ଏତିକିବେଳେ ଖୋଜାପଡ଼େ ଆତ୍ମତୃପ୍ତିର ପଥ। ମନ ଖୋଜି ବୁଲେ ଅଦୃଶ୍ୟ ଶକ୍ତିକୁ। ବୋଧ ହୁଏ ସେ ଶକ୍ତିର ନାଁ ହେଉଛି ଈଶ୍ୱର। ସେହି ଈଶ୍ୱର ସନ୍ଧାନରେ ସେ ବାହାରି ପଡ଼େ ଏକାନ୍ତ ପଥରେ। ଲୋକେ ତାଙ୍କୁ କହନ୍ତି ସନ୍ନ୍ୟାସୀ। ସୁରତର ହୀରା ବ୍ୟବସାୟୀ ଦୀପେସ ଶାହଙ୍କ ୧୨ ବର୍ଷର ଅଲିଅଳ ପୁଅ ଭବ୍ୟ ଶାହ ବାଛି […]

surat

Rakesh Mallick
  • Published: Tuesday, 27 March 2018
  • , Updated: 28 March 2018, 03:45 PM IST

ସୁରତ: ମନ ଯେତେବେଳେ ମୋହ, ମାୟା ବନ୍ଧନରୁ ମୁକ୍ତ ହେବାକୁ ଚାହେଁ, ସେତେବେଳେ ଧନ, ଯୌବନ ସବୁ ତୁଚ୍ଛ ଲାଗେ। ଏତିକିବେଳେ ଖୋଜାପଡ଼େ ଆତ୍ମତୃପ୍ତିର ପଥ। ମନ ଖୋଜି ବୁଲେ ଅଦୃଶ୍ୟ ଶକ୍ତିକୁ। ବୋଧ ହୁଏ ସେ ଶକ୍ତିର ନାଁ ହେଉଛି ଈଶ୍ୱର। ସେହି ଈଶ୍ୱର ସନ୍ଧାନରେ ସେ ବାହାରି ପଡ଼େ ଏକାନ୍ତ ପଥରେ। ଲୋକେ ତାଙ୍କୁ କହନ୍ତି ସନ୍ନ୍ୟାସୀ। ସୁରତର ହୀରା ବ୍ୟବସାୟୀ ଦୀପେସ ଶାହଙ୍କ ୧୨ ବର୍ଷର ଅଲିଅଳ ପୁଅ ଭବ୍ୟ ଶାହ ବାଛି ନେଇଛନ୍ତି ସନ୍ନ୍ୟାସୀର ପଥ। ବାପାଙ୍କ ଅମାପ ଧନ ଦୌଲତ୍, ଚାକଚକ୍ୟ ଓ ଦାମିକିଆ ସୋଫାର କୋମଳ ଆସ୍ତରଣକୁ ଏଡ଼ାଇ ଦେଇଛି ତାଙ୍କର ଇଶ୍ୱର ଖୋଜା କଁଅଳ ମନ। ଖେଳକୁଦ ବୟସରେ ସେ ସାଜିଛନ୍ତି ଜୈନ୍ୟ ଭିକ୍ଷୁ।

ଏଥିପାଇଁ ପୂରା ସୁରତ ସହରରେ ତାଙ୍କର ଶୋଭାଯାତ୍ରା କରାଯାଇଛି। କିନ୍ତୁ ସନ୍ନ୍ୟାସୀଙ୍କ ଶୋଭାଯାତ୍ରା ଏହାଥିଲା ସମ୍ପୂର୍ଣ୍ଣ ଭିନ୍ନ। କାରଣ ଏହି ଶୋଭାଯାତ୍ରାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଳାସମୟ ଫରାରୀ। ଏହି କାର୍‌ରେ ହୋଇଥିଲା ଶୋଭାଯାତ୍ରା। ଭବ୍ୟଙ୍କର ଦାମୀ କାର୍‌ ଓ ପର୍ଫ୍ୟୁମ୍‌ ପ୍ରତି ଭାରି ସୌକ ଥିଲା। ସେଥିପାଇଁ ଦୀପେସ୍‌ ତାଙ୍କ ପୁଅର ଇଚ୍ଛା ପୂରା କରିବା ପାଇଁ ବନ୍ଧୁ ଜୟେସ୍‌ ଦିସାଇଙ୍କଠାରୁ ତାଙ୍କ ଫରାରୀ କାର୍‌ ଆଣି ପୁଅର ଶୋଭାଯାତ୍ରା କରାଇଥିଲେ। ଏ ହେଉଛନ୍ତି ସେହି ଜୟେସ୍‌ ଯିଏ ସଚିନଙ୍କଠାରୁ ତାଙ୍କ ଫରାରୀ କାର କିଣିଥିଲେ। ୧୯ ଏପ୍ରିଲ୍‌ ୨୦୧୮ ଠାରୁ ଭବ୍ୟଙ୍କ ପରିଚୟ ବଦଳିଯିବ। ସିଏ ଆଉ କାହାର ପୁଅ ହୋଇ ରହିବେ ନା କାହାର ଭାଇ। ସବୁ ସମ୍ପର୍କ ତୁଟାଇ ଚାଲିଯିବେ ଆପଣା ପଥରେ। ଏହା ପୂର୍ବରୁ ଭବ୍ୟ ତାଙ୍କ ବାପାମାଆଙ୍କ ସହିତ ମନ ଭରି କଥା ହୋଇଛନ୍ତି।

Related story