ଟପ୍ପର କହିଲେ 'ଭବିଷ୍ୟତ ପାଇଁ ସେମିତି କିଛି ପ୍ଲାନିଂ ନାହିଁ'

ନୂଆଦିଲ୍ଲୀ: ଯୁକ୍ତ ଦୁଇ ବା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କିଏ କହେ ମୁଁ ଡାକ୍ତର ହେବି ତ ଆଉ କିଏ କହେ ମୁଁ ଇଂଜିନିରୟ ହେବି। ଆଉ କିଛି ପିଲା କୁହନ୍ତି ଆମେ ଆଗକୁ ଯାଇ ବଡ ପ୍ରଶାସନିକ ଅଧିକାରୀ ହେବୁ। କମ୍‌ ବୟସର ପିଲାଙ୍କ ଆଖିରେ କେତେ କ’ଣ ସ୍ୱପ୍ନ ଥାଏ। ଏ ତ ଗଲା ସାଧାରଣ ପିଲାଙ୍କ କଥା କିନ୍ତୁ ଟପ୍ପରଙ୍କ କଥା ପୁରା ନିଆରା। ଟପ୍ପର ହେବା […]

megh

Rakesh Mallick
  • Published: Sunday, 27 May 2018
  • , Updated: 27 May 2018, 10:53 AM IST

ନୂଆଦିଲ୍ଲୀ: ଯୁକ୍ତ ଦୁଇ ବା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କିଏ କହେ ମୁଁ ଡାକ୍ତର ହେବି ତ ଆଉ କିଏ କହେ ମୁଁ ଇଂଜିନିରୟ ହେବି। ଆଉ କିଛି ପିଲା କୁହନ୍ତି ଆମେ ଆଗକୁ ଯାଇ ବଡ ପ୍ରଶାସନିକ ଅଧିକାରୀ ହେବୁ। କମ୍‌ ବୟସର ପିଲାଙ୍କ ଆଖିରେ କେତେ କ'ଣ ସ୍ୱପ୍ନ ଥାଏ। ଏ ତ ଗଲା ସାଧାରଣ ପିଲାଙ୍କ କଥା କିନ୍ତୁ ଟପ୍ପରଙ୍କ କଥା ପୁରା ନିଆରା। ଟପ୍ପର ହେବା କଥା ଜାଣିବା ପରେ ସେମାନେ ଆରମ୍ଭ କରନ୍ତି ତାଙ୍କର ଭବିଷ୍ୟତ ଲାଗି ଅବଗଣନା। ଆଗକୁ ଯାଇ ବଡ଼ ବଡ଼ ପଦରେ ରହିବା ଏବଂ ସମାଜର ସେବା କରିବା କଥା କୁହନ୍ତି। କିନ୍ତୁ ଚଳିତ ବର୍ଷ ଟପ୍ପରଙ୍କ କଥା ଶୁଣିଲେ  ଆପଣ ଚକିତ ହେବେ। ଭବିଷ୍ୟତ ସମ୍ପର୍କରେ କଣ ଭାବନ୍ତି ବୋଲି ପ୍ରଶ୍ନ ପଚାରିବାରୁ ସେମିତି କିଛି ଯୋଜନା ନାହିଁ ବୋଲି କହିଛନ୍ତି ମେଘନା ଶ୍ରୀବାସ୍ତବ ।

ଚଳିତ ବର୍ଷ CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଗାଜିଆବାଦ୍‌ର ମେଘନା ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି। ମୋଟ ୫୦୦ରୁ ୪୯୯ ନମ୍ବର ରଖିଛନ୍ତି ସେ। ଇତିହାସ, ଭୁଗୋଳ, ମନୋବିଜ୍ଞାନ ଏବଂ ଅର୍ଥନୀତିରେ ସେ ମୋଟ ୧୦୦ରୁ ୧୦୦ନମ୍ବର ରଖିଛନ୍ତି। ସେହିପରି ଇଂଲିଶରେ ସେ ମୋଟ ୧୦୦ରୁ ୯୯ ନମ୍ବର ରଖିଛନ୍ତି। ଏଣୁ ତାଙ୍କ ମେଧାବୀ ଗୁଣଟି ଆପଣ ଅନୁଭବ କରିପାରୁଥିବେ।

ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ସ୍ଟେପ୍‌ ବାଏ ସ୍ଟେପ୍‌ (ସେକ୍ଟର-୧୩୨) ସ୍କୁଲର ଏହି ମେଧାବି ଛାତ୍ରୀ ଜଣକ ନିଜ ସଫଳତାର ଶ୍ରେୟ ପିତା ମାତା ଏବଂ ଶିକ୍ଷକଙ୍କୁ ଦେଇଛନ୍ତି। ତାଙ୍କ ପାଠପଢା ଶୈଳୀ କେମିତି ଥିଲା ସେ ବିଷୟରେ ମଧ୍ୟ କହିଛନ୍ତି। ତାଙ୍କ ମତରେ- "ସଫଳତା ପଛରେ ସବୁବେଳେ କଡ଼ା ପରିଶ୍ରମ ଥାଏ, ଭଲ ମାର୍କ ସେତେବେଳେ ଆସିବ, ଯେତେବେଳେ ଆମେ ବର୍ଷ ତମାମ ଧ୍ୟାନର ସହ ପାଢିବା ଏବଂ ପରିଶ୍ରମ କରିବ।”

Related story