ବିଦେଶରେ ଭାରତୀୟଙ୍କ ସଫଳତାକୁ ପ୍ରଶଂସା କଲେ ମୋଦି

ବେଙ୍ଗାଲୁରୁ: ଭାରତର ବିକାଶରେ ପ୍ରବାସୀ ଭାରତୀୟମାନେ ସହଯାତ୍ରୀ। କର୍ମଭୂମିରେ ପ୍ରବାସୀ ଭାରତୀୟଙ୍କ ସଫଳତା ଗର୍ବର ବିଷୟ। ବେଙ୍ଗାଲୁରୁରେ ୧୪ତମ ପ୍ରବାସୀ ଭାରତୀୟ ଦିବସ ଉତ୍ସବକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି ବ୍ରେନ୍‌ ଡ୍ରେନ୍‌କୁ ବଦଳାଇ ବ୍ରେନ୍‌ ଗେନ୍‌ କରିବାକୁ ଉଦ୍ୟମ କରାଯାଉଛି ବୋଲି ମୋଦି କହିଛନ୍ତି। ଏହି ଅବସରରେ ବିଦେଶରେ ନିଯୁକ୍ତି ଆଶାୟୀ ପାଇଁ ନୂଆ ଯୋଜନା ଘୋଷଣା କରାଯାଇଛି। ପ୍ରବାସୀ କୌଶଳ ବିକାଶ ଯୋଜନାର ଶୁଭାରମ୍ଭ କରାଯିବ ବୋଲି ମୋଦି […]

modi

Rakesh Mallick
  • Published: Sunday, 08 January 2017
  • , Updated: 08 January 2017, 02:03 PM IST

ବେଙ୍ଗାଲୁରୁ: ଭାରତର ବିକାଶରେ ପ୍ରବାସୀ ଭାରତୀୟମାନେ ସହଯାତ୍ରୀ। କର୍ମଭୂମିରେ ପ୍ରବାସୀ ଭାରତୀୟଙ୍କ ସଫଳତା ଗର୍ବର ବିଷୟ। ବେଙ୍ଗାଲୁରୁରେ ୧୪ତମ ପ୍ରବାସୀ ଭାରତୀୟ ଦିବସ ଉତ୍ସବକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେହିପରି ବ୍ରେନ୍‌ ଡ୍ରେନ୍‌କୁ ବଦଳାଇ ବ୍ରେନ୍‌ ଗେନ୍‌ କରିବାକୁ ଉଦ୍ୟମ କରାଯାଉଛି ବୋଲି ମୋଦି କହିଛନ୍ତି। ଏହି ଅବସରରେ ବିଦେଶରେ ନିଯୁକ୍ତି ଆଶାୟୀ ପାଇଁ ନୂଆ ଯୋଜନା ଘୋଷଣା କରାଯାଇଛି। ପ୍ରବାସୀ କୌଶଳ ବିକାଶ ଯୋଜନାର ଶୁଭାରମ୍ଭ କରାଯିବ ବୋଲି ମୋଦି  କହିଛନ୍ତି।

ସେହିପରି କଳାଧନ ଓ ଭ୍ରଷ୍ଟାଚାର ବିରୋଧରେ ସରକାରଙ୍କ ପଦକ୍ଷେପକୁ ପ୍ରବାସୀ ଭାରତୀୟଙ୍କ ସମର୍ଥନ ମିଳିଛି। ସେହିପରି ମରିସସ୍‌ବାସୀ ଭାରତୀୟଙ୍କୁ ଓସିଆଇ ବା ପ୍ରବାସୀ ଭାରତୀୟ ନାଗରିକ ମାନ୍ୟତା ଦିଆଯିବ ବୋଲି ମୋଦି କହିଛନ୍ତି। ଗତକାଲିଠାରୁ ବେଙ୍ଗାଲୁରୁରେ ତିନିଦିନିଆ ପ୍ରବାସୀ ଭାରତୀୟ ଦିବସ ଉତ୍ସବ ଆରମ୍ଭ ହୋଇଛି।

Related story