ନୂଆଦିଲ୍ଲୀ: ଏପ୍ରିଲ୍ ୧୦ ଏଲ୍ଓସି ନିକଟବର୍ତ୍ତୀ କିରାନ୍ ସେକ୍ଟରରେ ଭାରତୀୟ ସେନାର ଆକ୍ରମଣରେ ଆଠ ଜଣ ଆତଙ୍କବାଦୀ ଏବଂ ୧୫ ଜଣ ପାକିସ୍ତାନୀ ସେନା ନିପାତ ହୋଇଛନ୍ତି। ଗୁଇନ୍ଦା ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। କ୍ଷମାର କୌଣସି ସ୍ଥାନ ନାହିଁ ବୋଲି କୁହାଯାଇଛି।
ଏହା ପୂର୍ବରୁ କିଶନଗଙ୍ଗା ନଦୀ କୂଳରେ ପାକିସ୍ତା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏହାର ପ୍ରତିଶୋଧ ନେବାକୁ ଭାରତୀୟ ସେନା ପକ୍ଷରୁ ଟାର୍ଗେଟ କରାଯାଇଥିଲା। ଏଥିରେ ୫ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା।
ନିହତ ହୋଇଥିବା ପାଞ୍ଚ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ତିନିଜଣ ଜମ୍ମୁ କାଶ୍ମୀରର ଏବଂ ଅନ୍ୟ ଦୁଇଜଣ ଜୈଶ-ଏ-ମହମ୍ମଦ ସଂଗଠନରେ ତାଲିମ ନେଇଥିଲେ। ସେମାନଙ୍କର ପରିଚୟ ଚିହ୍ନଟ ପାଇଁ ବର୍ତ୍ତମାନ ପ୍ରୟାସ ଆରମ୍ଭ ହୋଇଛି।
ପାକିସ୍ତାନୀ ସେନା ପକ୍ଷରୁ ପୂର୍ବରୁ କୁହାଯାଇଥିଲା ଶାରଦା, ଦୁଧ୍ଆଲ୍ ଏବଂ ଶାହକୋଟ ସେକ୍ଟରରେ ଭାରତୀୟ ସେନା ଗୁଳି ଚଳାଇଛି। କିନ୍ତୁ ଏହା ଦାବି କରିଛି ଯେ ଜଣେ ୧୫ ବର୍ଷର ଝିଅ ସମେତ ଚାରିଜଣ ସାଧାରଣ ନାଗରିକ ଗୁରୁତର ଆହତ ହୋଇଛନ୍ତି। ପାକିସ୍ତାନ ଆହୁରି ମଧ୍ୟ ଓଲଟା ଦୋଷ ଦେଇ କହିଛି, ଭାରତୀୟ ସେନା ୨୦୨୦ରେ ୭୦୮ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ଦୁଇଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୪୨ ଜଣ ଆହତ ହୋଇଛନ୍ତି।
କିନ୍ତୁ ଭାରତୀୟ ଗୁପ୍ତଚର ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ ୧୦ରେ ପାକିସ୍ତାନୀ ସେନାବାହିନୀର ୧୫ ଜଣ ଆତଙ୍କବାଦୀଙ୍କ ନିପାତ ହୋଇଥିଲା। ଏହି ଆକ୍ରମଣରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ ଥିବା ସ୍ଥାନ ସବୁ ମଧ୍ୟ ଧ୍ୱଂସ ହୋଇଥିଲା। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଲଞ୍ଚ ପ୍ୟାଡକୁ ଟାର୍ଗେଟ କରିବା ବ୍ୟତୀତ ଭାରତୀୟ ସେନାର ଅନ୍ୟ କୌଣସି ବିକଳ୍ପ ନଥିଲା। କାରଣ କଶ୍ମୀରରେ ଅନୁପ୍ରବେଶ କରିବାକୁ ଲସ୍କର ଏ ତାଏବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନର ପ୍ରାୟ ୧୬୦ ଆତଙ୍କବାଦୀ ଏଲଓସିରେ ଅପେକ୍ଷା କରି ରହିଥିଲେ।
ରଜୌରୀର ପିର ପଞ୍ଜଲ ଏବଂ ଜମ୍ମୁ ସେକ୍ଟରର ମଧ୍ୟ ସ୍ଥିତି ସମାନ ରହିଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଏଠାରେ ୭୦ ଜଣ ଜୈଶ ଆତଙ୍କବାଦୀ ଭାରତକୁ ପ୍ରବେଶ କରିବାର ସୁଯୋଗକୁ ଅପେକ୍ଷା କରି ରହିଛନ୍ତି।