କର୍ଣ୍ଣାଟକ ବିଜେପିରେ ବିଦ୍ରୋହ!

ବେଙ୍ଗାଲୁରୁ: ମଧ୍ୟପ୍ରଦେଶରେ ରାଜନୀତିକ ହଟଚମଟ ଚାଲିଥିବା ବେଳେ କର୍ଣ୍ଣାଟକରେ ମଧ୍ୟ ସମାନ ରାଜନୀତିକ ‘ନାଟକ’ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ରାଜ୍ୟର ଶାସକ ଦଳ ବିଜେପିର ୧୬ବିଧାୟକ ଏବେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପାଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବିଜେପି ବିଧାୟକ ଦଳ ବୈଠକରେ ୟେଦ୍ୟୁରପ୍ପା ସରକାରଙ୍କ କାର୍ଯ୍ୟପ୍ରଣାଳୀକୁ ବିରୋଧ କରିଛନ୍ତି। ୟେଦ୍ୟୁରପ୍ପାଙ୍କ ପରିବାର ସରକାରଙ୍କ କାର୍ଯ୍ୟଶୈଳୀରେ ବାଧା ସୃଷ୍ଟି କରୁଥିବା ୧୬ ଅସନ୍ତୁଷ୍ଟ ବିଧାୟକ କହିଛନ୍ତି। ଯଦିଓ କୌଣସି ମଞ୍ଚରେ ଏ ବାବଦରେ ମୁହଁ ଖୋଲିବେନି, […]

KARNATAKA BJP

Subhransu Sekhar
  • Published: Friday, 13 March 2020
  • , Updated: 13 March 2020, 04:16 PM IST

ବେଙ୍ଗାଲୁରୁ: ମଧ୍ୟପ୍ରଦେଶରେ ରାଜନୀତିକ ହଟଚମଟ ଚାଲିଥିବା ବେଳେ କର୍ଣ୍ଣାଟକରେ ମଧ୍ୟ ସମାନ ରାଜନୀତିକ ‘ନାଟକ’ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ରାଜ୍ୟର ଶାସକ ଦଳ ବିଜେପିର ୧୬ବିଧାୟକ ଏବେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପାଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବିଜେପି ବିଧାୟକ ଦଳ ବୈଠକରେ ୟେଦ୍ୟୁରପ୍ପା ସରକାରଙ୍କ କାର୍ଯ୍ୟପ୍ରଣାଳୀକୁ ବିରୋଧ କରିଛନ୍ତି।

ୟେଦ୍ୟୁରପ୍ପାଙ୍କ ପରିବାର ସରକାରଙ୍କ କାର୍ଯ୍ୟଶୈଳୀରେ ବାଧା ସୃଷ୍ଟି କରୁଥିବା ୧୬ ଅସନ୍ତୁଷ୍ଟ ବିଧାୟକ କହିଛନ୍ତି। ଯଦିଓ କୌଣସି ମଞ୍ଚରେ ଏ ବାବଦରେ ମୁହଁ ଖୋଲିବେନି, ହେଲେ ମୁଖ୍ୟମନ୍ତ୍ରୀ ଓ ଦଳୀୟ ବୈଠକରେ ଏ ନେଇ ସ୍ୱର ଉଠାଇବେ ବୋଲି ଅସନ୍ତୁଷ୍ଟ ବିଧାୟକ କହିଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ବିଜେପିର ଦୁଇ ବିଧାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା କୁମାରସ୍ୱାମୀଙ୍କୁ ଭେଟିଥିଲେ। ଏହାପରେ ବିଜେପି ବିଧାୟକ ଅନ୍ୟ ଦଳକୁ ଡେଇଁପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।

Related story