ଡୋଡାରେ ସଡ଼କ ଦୁର୍ଘଟଣା, ୧୬ ମୃତ

ଜମ୍ମୁ: ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୩ ଶିଶୁ ଏବଂ ୪ ମହିଳାଙ୍କ ସହି ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଯାତ୍ରୀବାହୀ ଗାଡ଼ି ଲିଙ୍କ ରୋଡ୍‌ରୁ ଖସିଯାଇ ଏଭଳି ଦୁର୍ଘଟଣା ଘଟିଛି। ଡୋଡା ଜିଲ୍ଲା ପୁଲିସ୍‌ ମୁଖ୍ୟ ମୁମ୍‌ତାଜ୍‌ ଅହମ୍ମଦ କହିଛନ୍ତି, ୧୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଗାଡ଼ି ଭୋର ୨.୪୫ ବେଳକୁ ଲିଙ୍କ ରୋଡ୍‌ରୁ ୫୦୦ ଫୁଟ ତଳକୁ ବାତୋଟେ-ଡୋଡା ହାଇୱେକୁ ଖସିପଡ଼ିଥିଲା। ଏଥିରେ ମାତ୍ର ଜଣେ ଲୋକ […]

jk

Subrat Kumar Nayak
  • Published: Tuesday, 12 November 2019
  • , Updated: 12 November 2019, 05:55 PM IST

ଜମ୍ମୁ: ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୩ ଶିଶୁ ଏବଂ ୪ ମହିଳାଙ୍କ ସହି ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଯାତ୍ରୀବାହୀ ଗାଡ଼ି ଲିଙ୍କ ରୋଡ୍‌ରୁ ଖସିଯାଇ ଏଭଳି ଦୁର୍ଘଟଣା ଘଟିଛି। ଡୋଡା ଜିଲ୍ଲା ପୁଲିସ୍‌ ମୁଖ୍ୟ ମୁମ୍‌ତାଜ୍‌ ଅହମ୍ମଦ କହିଛନ୍ତି, ୧୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଗାଡ଼ି ଭୋର ୨.୪୫ ବେଳକୁ ଲିଙ୍କ ରୋଡ୍‌ରୁ ୫୦୦ ଫୁଟ ତଳକୁ ବାତୋଟେ-ଡୋଡା ହାଇୱେକୁ ଖସିପଡ଼ିଥିଲା। ଏଥିରେ ମାତ୍ର ଜଣେ ଲୋକ ବଞ୍ଚିଯାଇଛନ୍ତି।

ସେ କହିଛନ୍ତି, ଏଥିରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୧୭ ଜଣ ଥିଲେ। ସେମାନେ ଡୋଡାରୁ ମରମତ୍‌ ଯାଉଥିଲେ। ଏହି ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ବର୍ତ୍ତିଯାଇଛନ୍ତି।

ସେ କହିଛନ୍ତି, ଯଦିଓ ପୂରା ଘଟଣା ବାବଦରେ ତଦନ୍ତ ପରେ କହିହେବ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଡ୍ରାଇଭର ଜଣକ ଏକ ବ୍ଲାଇଣ୍ଡ କର୍ଭ ଦେଖିବାରେ ଅସମର୍ଥ ହୋଇଥିଲେ। ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କାରଣରୁ ଏଭଳି ଘଟିଥିବା ମଧ୍ୟ ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ବଞ୍ଚିଯାଇଥିବା ବ୍ୟକ୍ତି ସ୍ଥାନୀୟ ଏକ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Related story