ଦୁବାଇ ବସ୍‌ ଦୁର୍ଘଟଣାରେ ୧୨ ଭାରତୀୟଙ୍କ ସମେତ ୧୭ ମୃତ

ଦୁବାଇ: ଗୁରୁବାର ବିଳମ୍ବିତ ରାତିରେ ଦୁବାଇରେ ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏଥିରେ ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୧୨ ଜଣ ଭାରତୀୟ ରହିଛନ୍ତି। ଏହି ବସ୍‌ରେ ମୋଟ ୩୧ ଜଣ ଯାତ୍ରୀ ରହିଥିଲେ। ଓମାନରୁ ଦୁବାଇ ଯାଇଥିବା ବେଳେ ରଶିଦିୟା ଏକଜିଟ୍‌ ନିକଟରେ ଥିବା ଏବ ଟ୍ରାଫିକ୍‌ ସିଗନାଲ୍‌ ନିକଟରେ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିଲା। ଓଲଟି ପଡ଼ିବା ପରେ ବସ୍‌ଟି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ୍‌ […]

sa

Hemant Lenka
  • Published: Friday, 07 June 2019
  • , Updated: 07 June 2019, 03:22 PM IST

ଦୁବାଇ: ଗୁରୁବାର ବିଳମ୍ବିତ ରାତିରେ ଦୁବାଇରେ ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏଥିରେ ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୧୨ ଜଣ ଭାରତୀୟ ରହିଛନ୍ତି।

ଏହି ବସ୍‌ରେ ମୋଟ ୩୧ ଜଣ ଯାତ୍ରୀ ରହିଥିଲେ। ଓମାନରୁ ଦୁବାଇ ଯାଇଥିବା ବେଳେ ରଶିଦିୟା ଏକଜିଟ୍‌ ନିକଟରେ ଥିବା ଏବ ଟ୍ରାଫିକ୍‌ ସିଗନାଲ୍‌ ନିକଟରେ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିଲା। ଓଲଟି ପଡ଼ିବା ପରେ ବସ୍‌ଟି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ୍‌ ରୋଡ୍‌ରେ ଥିବା ଏକ ସାଇନ୍‌ ବୋର୍ଡକୁ ଧକ୍କା ଦେଇଥିଲା। ବସ୍‌ଟି କେଉଁ ପରିସ୍ଥିତିରେ ସାଇନ୍‌ ବୋର୍ଡରେ ମାଡ଼ ହେଲା, ସେକଥା ପୁଲିସ୍‌ ଏଯାଏ କହିନାହିଁ। ତେବେ ବସ୍‌ଟି ଅଲ ରଶିଦିୟା ମେଟ୍ରୋ ଷ୍ଟେସନ୍‌କୁ ପଡ଼ିଥିବା ରାସ୍ତାରେ ନ ଯାଇ ଭୁଲ ବଶତଃ ଅନ୍ୟ ଏକ ରାସ୍ତାରେ ଯିବାରୁ ଦୁର୍ଘଟଣା ହୋଇଥିବା କୁହାଯାଉଛି।

ଏହି ଘଟଣାରେ ଆହତ ୯ ଜଣଙ୍କୁ ନିକଟସ୍ଥ ରଶିଦ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ରହିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୪ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଦୁବାଇରେ ଅବସ୍ଥାପିତ ଭାରତୀୟ ଦୂତାବାସ୍‌ ଦୁର୍ଘଟଣାରେ ୧୨ ଜଣ ଭାରତୀୟ ପ୍ରାଣ ହରାଇଥିବା କଥାକୁ ସ୍ୱୀକାର କରିଛି। ଦୁର୍ଘଟଣାରେ ରାଜଗୋପାଲନ୍‌, ଫିରୋଜ ଖାନ୍‌ ପଠାନ, ରେଶମା ଫିରୋଜ ଖାନ୍‌ ପଠାନ, ଦୀପକ କୁମାର, ଜମାଲୁଦ୍ଦିନ ଅର୍କଭେଟ୍ଟିଲ, କିରନ ଜନ୍ନି, ବାସୁଦେବ ଓ ତିଲକରାମ ଠାକୁର ପ୍ରାଣ ହରାଇଥିବା କୁହାଯାଇଛି। ଅନ୍ୟ ୪ ଜଣଙ୍କ ପରିଚୟ ମିଳିପାରି ନାହିଁ। ଦୂତାବାସ ପକ୍ଷରୁ ଏବେ ପ୍ରାଣ ହରାଇଥିବା  ଲୋକଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଉଛି।

Related story