ବିଜେପି ପାଇଁ କାମ କଲେ ବୋଲି ମାରି ଗଛରେ ଝୁଲାଇ ଦେଲେ

କୋଲକାତା: ବିଜେପିକୁ ସମର୍ଥନ କରି ଜୀବନ ହରାଇଲେ। ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ଘଟିଯାଇଛି ଏମିତି ଏକ ଅଭାବନୀୟ ଘଟଣା। ବିଜେପିକୁ ସମର୍ଥନ କରିବାରୁ  ଜଣେ ବିଜେପି କର୍ମକର୍ତ୍ତାଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଗଛରେ ଟାଙ୍ଗି ଦେଇଛନ୍ତି ଦୃର୍ବୃତ୍ତ। ମୃତକଙ୍କ ପିଠିରେ ହତ୍ୟାର କାରଣ ମଧ୍ୟ ଲେଖିଛନ୍ତି ଦୁର୍ବୃତ୍ତ। ଯେଉଁଥିରେ ଲେଖାଅଛି, ‘ବିଜେପି ପାଇଁ କାମ କଲେ ପରିଣାମ ଏମିତି ହେବ’। ସୂଚନା ଅନୁଯାୟୀ, ୧୮ବର୍ଷୀୟ ତ୍ରିଲୋଚନ ମହୋତ ଜଣେ ଦଳିତ ଥିଲେ। ସେ ଗତ କିଛି […]

pjimage-42-1-784x441

Rakesh Mallick
  • Published: Thursday, 31 May 2018
  • , Updated: 31 May 2018, 03:12 PM IST

କୋଲକାତା: ବିଜେପିକୁ ସମର୍ଥନ କରି ଜୀବନ ହରାଇଲେ। ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ଘଟିଯାଇଛି ଏମିତି ଏକ ଅଭାବନୀୟ ଘଟଣା। ବିଜେପିକୁ ସମର୍ଥନ କରିବାରୁ  ଜଣେ ବିଜେପି କର୍ମକର୍ତ୍ତାଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଗଛରେ ଟାଙ୍ଗି ଦେଇଛନ୍ତି ଦୃର୍ବୃତ୍ତ। ମୃତକଙ୍କ ପିଠିରେ ହତ୍ୟାର କାରଣ ମଧ୍ୟ ଲେଖିଛନ୍ତି ଦୁର୍ବୃତ୍ତ। ଯେଉଁଥିରେ ଲେଖାଅଛି, ‘ବିଜେପି ପାଇଁ କାମ କଲେ ପରିଣାମ ଏମିତି ହେବ’।

ସୂଚନା ଅନୁଯାୟୀ, ୧୮ବର୍ଷୀୟ ତ୍ରିଲୋଚନ ମହୋତ ଜଣେ ଦଳିତ ଥିଲେ। ସେ ଗତ କିଛି ବର୍ଷ ହେବ ବିଜେପିକୁ ସମର୍ଥନ କରି ଆସୁଥିଲେ। ଗତ ବୁଧବାର ଦିନ ତାଙ୍କୁ ହତ୍ୟା କରାଯାଇଛି। ଗାଁ ପାଖ ଜଙ୍ଗଲରେ ତାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଗଛରେ ଟାଙ୍ଗି ଦିଆଯାଇଥିଲା। ତ୍ରିଲୋଚନଙ୍କ ମୃତ ଶରୀର ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ପୋଲିସ ଘଟଣାସ୍ଥଳରୁ ଗୋଟିଏ ସାଇକେଲ୍‌, ଭଙ୍ଗା ପେନ୍‌, ମୋବାଇଲ୍‌ ଫୋଲ୍‌ ସହ ଏକ ହାତଲେଖା ଚିଠି ଜବତ କରିଛି। ଚିଠିରେ ଲେଖା ହୋଇଛି, ‘ଏହି ଲୋକ ଗତ କିଛି ବର୍ଷ ହେବ ବିଜେପି ପାଇଁ କାମ କରୁଥିଲା। ତେଣୁ ପଞ୍ଚାୟତ ନିର୍ବାଚନ ପରେ ପରେ ତାକୁ ମାରିବାର ଯୋଜନା କରାଯାଉଥିଲା, କିନ୍ତୁ ସେ ବାରମ୍ବାର ବାରମ୍ବାର ରକ୍ଷା ପାଇଯାଉଥିଲ। ଏବେ ସେ ମରିସାରିଛ।’

ଏପରି ବର୍ବର କାଣ୍ଡକୁ ନେଇ ଆଖପାଖ ଅଞ୍ଚଳରେ ଅସନ୍ତୋଷ ଖେଳିଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶା ମଧ୍ୟ ଏ ଘଟାଣାରେ ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି।

Related story