ଇରାନରୁ ୧୯୫ ଭାରତୀୟଙ୍କୁ ଧରି ଆସିଲା ବିମାନ

ନୂଆଦିଲ୍ଲୀ: କରୋନା ଭାଇରସ ଦ୍ୱାରା ସାଂଘାତିକ ଭାବେ ପ୍ରଭାବିତ ହୋଇଥିବା ଇରାନ୍‌ରେ ଫସିଥିବା ୧୯୫ ଜଣ ଭାରତୀୟଙ୍କୁ ଆଜି ଉଦ୍ଧାର କରାଯାଇଛି। ଏକ ସ୍ୱତନ୍ତ୍ର ବିମାନ ଯୋଗେ ଏହି ୧୯୫ ଜଣ ଭାରତୀୟ ଆଜି ରାଜସ୍ଥାନର ଜୈସାଲମେର ଏୟାରପୋର୍ଟରେ ପହଞ୍ଚିଛନ୍ତି। ଏଠାରେ ସମସ୍ତଙ୍କର ଭଲ ଭାବେ ସ୍କ୍ରିନିଂ କରାଯାଇଥିଲା। ଏହାପରେ ସମସ୍ତଙ୍କୁ ଭାରତୀୟ ସେନା ଦ୍ୱାରା ନିର୍ମାଣ କରାଯାଇଥିବା ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡକୁ ନିଆଯାଇଛି। ଏଠାରେ ସମସ୍ତଙ୍କୁ ୧୪ ଦିନ ପାଇଁ ନିରୀକ୍ଷଣ କରାଯିବ। ଯଦି ଏହି […]

en

Hemant Lenka
  • Published: Wednesday, 18 March 2020
  • , Updated: 18 March 2020, 09:21 PM IST

ନୂଆଦିଲ୍ଲୀ: କରୋନା ଭାଇରସ ଦ୍ୱାରା ସାଂଘାତିକ ଭାବେ ପ୍ରଭାବିତ ହୋଇଥିବା ଇରାନ୍‌ରେ ଫସିଥିବା ୧୯୫ ଜଣ ଭାରତୀୟଙ୍କୁ ଆଜି ଉଦ୍ଧାର କରାଯାଇଛି। ଏକ ସ୍ୱତନ୍ତ୍ର ବିମାନ ଯୋଗେ ଏହି ୧୯୫ ଜଣ ଭାରତୀୟ ଆଜି ରାଜସ୍ଥାନର ଜୈସାଲମେର ଏୟାରପୋର୍ଟରେ ପହଞ୍ଚିଛନ୍ତି।

ଏଠାରେ ସମସ୍ତଙ୍କର ଭଲ ଭାବେ ସ୍କ୍ରିନିଂ କରାଯାଇଥିଲା। ଏହାପରେ ସମସ୍ତଙ୍କୁ ଭାରତୀୟ ସେନା ଦ୍ୱାରା ନିର୍ମାଣ କରାଯାଇଥିବା ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡକୁ ନିଆଯାଇଛି। ଏଠାରେ ସମସ୍ତଙ୍କୁ ୧୪ ଦିନ ପାଇଁ ନିରୀକ୍ଷଣ କରାଯିବ। ଯଦି ଏହି ସମୟରେ କାହା ଶରୀରରେ କରୋନା ଭୂତାଣୁ ଠାବ ହେବ, ତା’ହେଲେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଇରାନ୍‌ରେ ୨୫୫ ଜଣ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଥିବା ଭାରତ ସରକାର ଆଜି କହିଥିଲେ। ଏହି ୧୯୫ ଜଣଙ୍କ ମଧ୍ୟରେ ଉକ୍ତ ୨୫୫ ଜଣ ଭାରତୀୟଙ୍କ ମଧ୍ୟରୁ କେହି ଅଛନ୍ତି କି ନାହିଁ, ତା’ର ସୂଚନା ଦିଆଯାଇ ନାହିଁ।

Related story