୧୯୮୪ରେ ପାକିସ୍ତାନ ପରମାଣୁ ବୋମା ପରୀକ୍ଷା କରିବାକୁ ସକ୍ଷମ ଥିଲା: ଅବଦୁଲ କାଦୀର ଖାନ୍

ଇସଲାମାବାଦ୍‌: ୧୯୮୪ ମସିହାରେ ପାକିସ୍ତାନ ପରମାଣୁ ବୋମା ପରୀକ୍ଷା କରିବାକୁ ସକ୍ଷମ ଥିଲା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ତତ୍‌କାଳୀନ ରାଷ୍ଟ୍ରପତି ଜେନେରାଲ ଜିଆଉଲ ହକ୍ ଏହାକୁ ବିରୋଧ କରିଥିଲେ। କାରଣ ପରମାଣୁ ପରୀକ୍ଷା କରାଯାଇଥିଲେ ପାକିସ୍ତାନକୁ ବିଦେଶରୁ ମିଳୁଥିବା ସହାୟତା ବନ୍ଦ ହୋଇ ଯାଇଥାନ୍ତା ବୋଲି ସେ ଚିନ୍ତା କରିଥିଲେ। ଏପରି କହିଛନ୍ତି ପାକିସ୍ତାନ ପରମାଣୁ କାର୍ଯ୍ୟକ୍ରମର ଜନକ ଅବଦୁଲ କାଦୀର ଖାନ୍। ପାକିସ୍ତାନର ଜାତୀୟ ଗଣମାଧ୍ୟମ ‘ଡନ୍‌’କୁ ସାକ୍ଷାତକାର ଦେବା ଅବସରରେ […]

abdul

Rakesh Mallick
  • Published: Sunday, 29 May 2016
  • , Updated: 04 May 2017, 03:44 PM IST

ଇସଲାମାବାଦ୍‌: ୧୯୮୪ ମସିହାରେ ପାକିସ୍ତାନ ପରମାଣୁ ବୋମା ପରୀକ୍ଷା କରିବାକୁ ସକ୍ଷମ ଥିଲା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ତତ୍‌କାଳୀନ ରାଷ୍ଟ୍ରପତି ଜେନେରାଲ ଜିଆଉଲ ହକ୍ ଏହାକୁ ବିରୋଧ କରିଥିଲେ। କାରଣ ପରମାଣୁ ପରୀକ୍ଷା କରାଯାଇଥିଲେ ପାକିସ୍ତାନକୁ ବିଦେଶରୁ ମିଳୁଥିବା ସହାୟତା ବନ୍ଦ ହୋଇ ଯାଇଥାନ୍ତା ବୋଲି ସେ ଚିନ୍ତା କରିଥିଲେ। ଏପରି କହିଛନ୍ତି ପାକିସ୍ତାନ ପରମାଣୁ କାର୍ଯ୍ୟକ୍ରମର ଜନକ ଅବଦୁଲ କାଦୀର ଖାନ୍। ପାକିସ୍ତାନର ଜାତୀୟ ଗଣମାଧ୍ୟମ ‘ଡନ୍‌’କୁ ସାକ୍ଷାତକାର ଦେବା ଅବସରରେ କାଦୀର ଏହା କହିଛନ୍ତି।

ସେ କହିଛନ୍ତି, “ସେ ସମୟରେ ସୋଭିଏତ ସଂଘ ଆଫଗାନିସ୍ତାନକୁ କବଜାରେ ରଖିଥିଲା। ଏହି କାରଣରୁ ବାହାର ଦେଶରୁ ପାକିସ୍ତାନକୁ ସାମରିକ ସହାୟତା ମିଳୁଥିଲା। ସେତେବେଳେ ପାକିସ୍ତାନ ପରମାଣୁ ପରୀକ୍ଷଣ କରିଥିଲେ ଏହି ସହାୟତା ମିଳିବା ବନ୍ଦ ହୋଇ ଯାଇଥାନ୍ତା। ସେ ସମୟରେ ପାକିସ୍ତାନ ୫ ମିନିଟରେ ପାକିସ୍ତାନ-ପଞ୍ଜାବ ପ୍ରାନ୍ତର ଏକ ସହର କାହୁତାରୁ ଦିଲ୍ଲୀକୁ ଟାଗେର୍ଟ କରିବାକୁ ସମର୍ଥ ଥିଲା।”

ଖାନ୍ କହିଛନ୍ତି, “ମୋ ସେବା ବିନା ପାକିସ୍ତାନ କେବେ ବି ପ୍ରଥମ ମୁସଲିମ୍ ରାଷ୍ଟ୍ର ଭାବେ ପରମାଣୁ ଶକ୍ତି ସମ୍ପନ୍ନ ହୋଇପାରି ନ ଥାନ୍ତା। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଆମେ ଏହି କ୍ଷମତା ହାସଲ କରିବାରେ ସକ୍ଷମ ହୋଇଥିଲୁ।

ମୁଶାରଫ କାର୍ଯ୍ୟକାଳରେ ତାଙ୍କୁ କରାଯାଇଥିବା ଦୁର୍ବ୍ୟବହାର ସମ୍ପର୍କରେ ସେ କହିଥିଲେ, “ ସେ  ତାଙ୍କ ଦେଶ ପରମାଣୁ ବୈଜ୍ଞାନିକକୁ ସମ୍ମାନ ଦିଏ ନାହିଁ, ଯେଉଁ ସମ୍ମାନ ପାଇବା ଆମମାନଙ୍କର ଅଧିକାର।”

Related story