ଗେହଲଟଙ୍କ ବଡ଼ ବୟାନ: ପୁଣି କଂଗ୍ରେସ ସରକାରକୁ ଭାଙ୍ଗିବା ପାଇଁ ଚାଲିଛି ଷଡ଼ଯନ୍ତ୍ର

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ବଡ଼ ବୟାନ ଦେଇଛି। ପୁଣିଥରେ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର ଆରମ୍ଭ ହେବାର ସଙ୍କେତ ମିଳିଛି ବୋଲି ସେ କହିଛନ୍ତି। ଖାଲି ସେତିକି ନୁହେଁ, ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡ଼ି ସରକାରକୁ ମଧ୍ୟ ଭାଙ୍ଗିବା ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଥିବା ସେ ଅଭିଯୋଗ କରିଛନ୍ତି। କଂଗ୍ରେସ କର୍ମୀଙ୍କୁ ଉଦବୋଧନ ଦେଇ ଗେହଲଟ ଚଳିତ ବର୍ଷ କେମିତି ରାଜସ୍ଥାନର କଂଗ୍ରେସ ବିଧାୟକଙ୍କୁ କେମିତି ୩୪ […]

dsa

Hemant Lenka
  • Published: Saturday, 05 December 2020
  • , Updated: 05 December 2020, 09:41 PM IST

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ବଡ଼ ବୟାନ ଦେଇଛି। ପୁଣିଥରେ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର ଆରମ୍ଭ ହେବାର ସଙ୍କେତ ମିଳିଛି ବୋଲି ସେ କହିଛନ୍ତି। ଖାଲି ସେତିକି ନୁହେଁ, ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡ଼ି ସରକାରକୁ ମଧ୍ୟ ଭାଙ୍ଗିବା ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଥିବା ସେ ଅଭିଯୋଗ କରିଛନ୍ତି।

କଂଗ୍ରେସ କର୍ମୀଙ୍କୁ ଉଦବୋଧନ ଦେଇ ଗେହଲଟ ଚଳିତ ବର୍ଷ କେମିତି ରାଜସ୍ଥାନର କଂଗ୍ରେସ ବିଧାୟକଙ୍କୁ କେମିତି ୩୪ ଦିନ କାଳ ହୋଟେଲରେ ରହିବାକୁ ପଡ଼ିଥିବା ସେକଥା କହିଛନ୍ତି। ସେ ସଚିନ ପାଇଲଟଙ୍କ ନାଁ ନେଇ କହିଛନ୍ତି ଯେ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଯୋଗୁ ରାଜସ୍ଥାନର ସ୍ଥିତି ଏପରି ହୋଇଥିଲା ଯେ ଅଜୟ ମାକେନ, ରଣଦୀପ ସୂର୍ଯ୍ୟେୱାଲା ଓ ଅଭିନାଶ ପାଣ୍ଡେ କେମିତି ଏଠାରେ ଆସି ବସି ରହିଥିଲେ, ସେକଥା ସମସ୍ତଙ୍କର ମନେଥିବ।

ସେମାନେ ବିଦ୍ରୋହୀ ବିଧାୟକଙ୍କୁ ଡିସମିସ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ସରକାର ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ରାଜସ୍ଥାନବାସୀ ସରକାର ନ ଭାଙ୍ଗୁ ବୋଲି ଚାହୁଁଥିଲେ। ଏବେ ସ୍ୱରାଷ୍ଟ୍ର ଅମିତ ଶାହ କଂଗ୍ରେସ ନେତାମାନଙ୍କୁ କହିଛନ୍ତି ଯେ ୫ଟି ସରକାର ଭାଙ୍ଗି ଦିଆଯାଇଛି ଓ ୬ଷ୍ଠ ସରକାର ସମାନ ଦଶା ଭୋଗିବ।

ଗେହଲଟଙ୍କ ଅଭିଯୋଗର ଜବାବ ରାଜସ୍ଥାନ ବିଧାନସଭାର ବିରୋଧୀ ଦଳ ନେତା ଗୁଲାବ ଚାନ୍ଦ କଟାରିଆ ଦେଇଛନ୍ତି। ସେ କହିଛନ୍ତି, “କଂଗ୍ରେସ ସରକାର ବଞ୍ଚାଇବା ପାଇଁ ବିଧାୟକମାନଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏହାକୁ ସେମାନେ ପୂରଣ କରିବାରେ ସମର୍ଥ ହୋଇନାହାନ୍ତି। ଏହି କାରଣ ପାଇଁ ସେମାନଙ୍କର ସରକାର ବିପଦରେ ପଡ଼ିଛି ଓ ଏହା ଭାଙ୍ଗି ଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି। ଗେହଲଟ ଆଣିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ।”

ଅନ୍ୟପକ୍ଷରେ ଆଜି ରାଜସ୍ଥାନ ସରକାର ବିଧାୟକ ସଚିବ ପାଇଲଟଙ୍କ ମିଡିଆ ଇନଚାର୍ଜ ଓ ଜଣେ ସାମ୍ବାଦିକଙ୍କ ବିରୋଧରେ ରୁଜୁ କରିଥିବା ମାମଲାକୁ ପ୍ରତ୍ୟାହାର କରିନେଇଛନ୍ତି।

Related story