ସଂସଦର ନୂଆ ଭବନ ପାଇଁ ୧୦ରେ ଭୂମିପୂଜା କରିବେ ମୋଦି, କ’ଣ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶକୁ ମିଳିବ ନୂଆ ସଂସଦ ଭବନ। ନୂଆ ସଂସଦ ଭବନ ପାଇଁ ଆସନ୍ତା ଡିସେମ୍ବର ୧୦ରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୧ଟାରେ ଭୂମି ପୂଜନ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ପୁରୁଣା ବିଲଡିଂ ଠାରୁ ମାତ୍ର କିଛି ମିଟର ଦୂରରେ ନୂଆ ଭବନ ତିଆରି କରାଯିବ ବୋଲି ଆଜି ଲୋକସଭା ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂଆ ବିଲଡିଂଟି ୬୪,୫୦୦ ସ୍କୋୟାର ମିଟର ଜମିରେ […]

ds

Hemant Lenka
  • Published: Saturday, 05 December 2020
  • , Updated: 05 December 2020, 05:53 PM IST

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶକୁ ମିଳିବ ନୂଆ ସଂସଦ ଭବନ। ନୂଆ ସଂସଦ ଭବନ ପାଇଁ ଆସନ୍ତା ଡିସେମ୍ବର ୧୦ରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୧ଟାରେ ଭୂମି ପୂଜନ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ପୁରୁଣା ବିଲଡିଂ ଠାରୁ ମାତ୍ର କିଛି ମିଟର ଦୂରରେ ନୂଆ ଭବନ ତିଆରି କରାଯିବ ବୋଲି ଆଜି ଲୋକସଭା ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ନୂଆ ବିଲଡିଂଟି ୬୪,୫୦୦ ସ୍କୋୟାର ମିଟର ଜମିରେ ନିର୍ମାଣ କରାଯିବ। ଏଥିପାଇଁ ୯୭୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଟାଟା ପ୍ରୋଜେକ୍ଟ ଲିଃ ଏହାର ଦାୟିତ୍ୱ ନେଇଛି। ଏଚସିପି ଡିଜାଇନ, ପ୍ଲାନିଂ ଓ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିଃ ଏହାର ନକ୍ସସା ପ୍ରସ୍ତୁତ କରିଛି। ଆତ୍ମନିର୍ଭର ଭାରତର ମନ୍ଦିର ଭାବେ ଏହା ଭାରତର ବିବିଧତାକୁ ପ୍ରତିଫଳିତ କରିବ। ପୁରୁଣା ସଂସଦ ଭବନ ଠାରୁ ନୂଆ ବିଲଡିଂ ଅଧିକ ୧୭,୦୦୦ ସ୍କୋୟାର ମିଟର ଜମିରେ ତିଆରି କରାଯାଇଛି।

ନୂଆ ସଂସଦ ଭବନର ଲୋକସଭାରେ ୮୮୮ଟି ସିଟ୍‌ ରହିବ। ସେହିପରି ରାଜ୍ୟସଭାରେ ୩୨୬ରୁ ଅଧିକ ଆସନର ବ୍ୟବସ୍ଥା କରାଯାଇଛି। ଗୋଟିଏ ଥରରେ ୧୨୨୪ ଜଣ ସଦସ୍ୟ ବସିବା ଭଳି ବ୍ୟବସ୍ଥା ଲୋକସଭା ହଲ୍‌ରେ କରାଯାଇଛି ବୋଲି ବାଚସ୍ପତି ଓମ ବିର୍ଲା ଆଜି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ନୂଆ ସଂସଦ ଭବନ ଅତ୍ୟନ୍ତ ଭବ୍ୟ ଓ ସ୍ୱତନ୍ତ୍ର ଭାବେ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସମସ୍ତ ସାଂସଦଙ୍କ ପାଇଁ ସ୍ୱତନ୍ତ୍ର ଅଫିସ ସହ ପେପର ଲେସ୍‌ ବ୍ୟବସ୍ଥା ପାଇଁ ଅତ୍ୟାଧୁନିକ ଟେକ୍ନୋଲଜିର ବ୍ୟବହାର କରାଯିବ। ଏହାବାଦ ଏଠାରେ ସାମ୍ବିଧାନିକ ହଲ, ସାଂସଦଙ୍କ ପାଇଁ ଲନ, ମଲ୍ଟି କମିଟି ରୁମ, ଡାଇନିଂ ଅଞ୍ଚଳ, ପାର୍କିଂ ଓ ଲାଇବ୍ରେରୀ ସୁବିଧା ରହିବ।

ପୁରୁଣା ସଂସଦ ଭବନ ପରିସରରେ ଥିବା ୫ ଜଣ ମହାନ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିକୁ ନୂଆ ବିଲଡିଂରେ ସ୍ଥାପନ କରାଯିବ। ଏହା ମଧ୍ୟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୬ ଫୁଟ ଉଚ୍ଚ ମୂର୍ତ୍ତି ରହିଛି। ଏହାକୁ ରାମ ସୁତାର ୧୯୯୩ ମସିହାରେ ନିର୍ମାଣ କରିଥିଲେ। ନୂଆ ସଂସଦ ଭବନର ନିର୍ମାଣ କାମ ୨୧ ମାସରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

Related story