କୋଭିସିଲ୍ଡ ପରେ ଏକାଧିକ ରାଜ୍ୟରେ ପହଞ୍ଚିଲା କୋଭାକ୍ସିନ ଟିକା

ନୂଆଦିଲ୍ଲୀ: କରୋନାକୁ ମାତ୍‌ ଦେବାକୁ ଆସି ଯାଇଛି ଆଉ ଗୋଟିଏ ଟିକା। ମଙ୍ଗଳବାର କୋଭିସିଲ୍ଡ ଟିକା ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚିଥିବା ବେଳେ ଆଜି ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନ ଭୋର ସମୟରେ ଦିଲ୍ଲୀ ଏବଂ ଓଡ଼ିଶା ସମେତ ଏକାଧିକ ରାଜ୍ୟରେ ପହଞ୍ଚିଛି। ଆଜି ହାଇଦ୍ରାବାଦରୁ ଏୟାର ଇଣ୍ଡିଆ ବିମାନରେ କୋଭାକ୍ସିନ ଟିକାର ୩ଟି ବକ୍ସ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ଏହି ୩ଟି ଯାକ ବକ୍ସର ଓଜନ ୮୦.୫ କେଜି ରହିଥିବା […]

fc

Hemant Lenka
  • Published: Wednesday, 13 January 2021
  • , Updated: 13 January 2021, 09:32 AM IST

ନୂଆଦିଲ୍ଲୀ: କରୋନାକୁ ମାତ୍‌ ଦେବାକୁ ଆସି ଯାଇଛି ଆଉ ଗୋଟିଏ ଟିକା। ମଙ୍ଗଳବାର କୋଭିସିଲ୍ଡ ଟିକା ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚିଥିବା ବେଳେ ଆଜି ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନ ଭୋର ସମୟରେ ଦିଲ୍ଲୀ ଏବଂ ଓଡ଼ିଶା ସମେତ ଏକାଧିକ ରାଜ୍ୟରେ ପହଞ୍ଚିଛି।

ଆଜି ହାଇଦ୍ରାବାଦରୁ ଏୟାର ଇଣ୍ଡିଆ ବିମାନରେ କୋଭାକ୍ସିନ ଟିକାର ୩ଟି ବକ୍ସ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ଏହି ୩ଟି ଯାକ ବକ୍ସର ଓଜନ ୮୦.୫ କେଜି ରହିଥିବା ଜଣାପଡ଼ିଛି। ପ୍ରାୟ ୯ଟା ବେଳକୁ ଏହି ବିମାନଟି ଦିଲ୍ଲୀରେ ଅବତରଣ କରିଛି। ଏହାପରେ କଡ଼ା ସୁରକ୍ଷା ମଧ୍ୟରେ ଟିକାକୁ କୋଲ୍ଡ ଚେନ୍‌ରେ ରଖାଯାଇଛି।

ଅନ୍ୟପକ୍ଷରେ କୋଭାକ୍ସିନର ୨୦ ହଜାର ଡୋଜ୍‌ ମଧ୍ୟ ଓଡ଼ିଶାର ଭୁବନେଶ୍ୱରରେ ପହଞ୍ଚିଛି। ଆଜି ସକାଳୁ ସକାଳୁ କୋଭାକ୍ସିନ ଟିକା ଭୁବନେଶ୍ୱରରେ ପହଞ୍ଚିବା ପରେ ଏହାକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଜ୍ୟ ଔଷଧ ନିଗମ ମଧ୍ୟରେ ରଖାଯାଇଛି। ଗତକାଲି ରାଜ୍ୟକୁ ୪ ଲକ୍ଷ ୮ ହଜାର ଡୋଜ୍‌ କୋଭିସିଲ୍ଡ ଟିକା ଆସିଥିଲା।

ଜାନୁଆରୀ ୩ରେ ଡିଜିସିଆଇ କୋଭିସିଲ୍ଡ ସହ କୋଭାକ୍ସିନର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍‌ ଓ ଆଇସିଏମଆର ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ କୋଭାକ୍ସିନ ଟିକା ପ୍ରସ୍ତୁତ କରିଛନ୍ତି। ଏହାର ଟ୍ରାଏଲ ରେଜଲ୍ଟ ସକାରାତ୍ମକ ରହିଥିବା ଜଣାପଡ଼ିଛି।

ପ୍ରଥମ ଦଫାରେ ଭାରତ ବାୟୋଟେକ କେତେ ପରିମାଣର ଡୋଜ୍‌ ପଠାଇଛି, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଭାରତ ସରକାର ମୋଟ ୫୫ ଲକ୍ଷ ଟିକା ଆଣିକାବୁ ଭାରତ ବାୟୋଟେକ ସହ ଚୁକ୍ତି କରିଛନ୍ତି। ଏହା ମଧ୍ୟରୁ କମ୍ପାନୀ ମାଗଣାରେ ୧୬.୫୦ ଲକ୍ଷ ଡୋଜ୍‌ ମାଗଣାରେ ଦେବେ। ବାକି ୩୮.୫ ଲକ୍ଷ ଟିକା ସରକାର ଡୋଜ୍‌ ପିଛା ୨୯୫ ଟଙ୍କା ଲେଖାଏ ଦେଇ କିଣିବେ।

Related story