୨ ଜୈଶ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀର ସ୍ଥିତ ୱାରପୋରାରେ ଆଜି ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଜୈଶ-ଇ-ମହମ୍ମଦର ଆତଙ୍କବାଦୀ ନିହତ ହୋଇଛନ୍ତି। ୱାରପୋରାଠାରେ ଥିବା ଏକ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ଏହି ସର୍ଚ୍ଚ ଅପରେଶନ ବେଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏନ୍‌କାଉଣ୍ଟରରେ ୨ ଜଣ ଜୈଶ ଆତଙ୍କବାଦୀ ନିହତ […]

tr

Hemant Lenka
  • Published: Friday, 22 February 2019
  • , Updated: 22 February 2019, 09:30 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀର ସ୍ଥିତ ୱାରପୋରାରେ ଆଜି ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଜୈଶ-ଇ-ମହମ୍ମଦର ଆତଙ୍କବାଦୀ ନିହତ ହୋଇଛନ୍ତି।
ୱାରପୋରାଠାରେ ଥିବା ଏକ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ଏହି ସର୍ଚ୍ଚ ଅପରେଶନ ବେଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା।

ଦୀର୍ଘ ସମୟ ଧରି ଚାଲିଥିବା ଏନ୍‌କାଉଣ୍ଟରରେ ୨ ଜଣ ଜୈଶ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଏକେ-୪୭ ବନ୍ଧୁକ ଜବତ ହୋଇଛି। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ ବୋଲି ଦକ୍ଷିଣ କଶ୍ମୀରର ଡିଆଜି ଅତୂଲ କୁମାର ଗୋଏଲ କହିଛନ୍ତି।

Related story