ନୂଆଦିଲ୍ଲୀ: ଦେଶର ସୀମାରେ ସବୁବେଳେ ନିଶା ବେପାରୀ ସକ୍ରିୟ ଥାଆନ୍ତି। ପଞ୍ଜାବ, ରାଜସ୍ଥାନ ଓ ଜମ୍ମୁ-କାଶ୍ମୀର ସୀମାରେ ନିଶା ବେପାରୀ ସକ୍ରିୟ ରହନ୍ତି। ଜମ୍ମୁ-କାଶ୍ମୀର ପୋଲିସ୍ ପୁଣି ଥରେ ସୀମା ଆରପଟୁ ଆସିଥିବା ୨୦୦ କୋଟି ଟଙ୍କାର ହେରୋଇନ୍ ଓ ବ୍ରାଉନ୍ ସୁଗାର ଜବତ କରିଛି। ଏହା ସହିତ ଜଣେ ଟ୍ରକ୍ ଡ୍ରାଇଭରକୁ ଗିରଫ କରିଛି।
ଗତକାଲି ଜମ୍ମୁ-କାଶ୍ମୀରର ବାରାମୂଲା ପୋଲିସ୍ ଓ ସେନାର ମିଳିତ କାର୍ଯ୍ୟାନୁଷ୍ଠାନରେ ଭାରତ ଆସୁଥିବା ଏକ ଟ୍ରକ୍ରୁ ୨୫ କିଲୋ ହେରୋଇନ୍ ଓ ବ୍ରାଉନ୍ ସୁଗାର ଜବତ କରାଯାଇଥିଲା। ପାକ୍ ଅଧିକୃତ କାଶ୍ମୀରରୁ ଏହି ଟ୍ରକ୍ଟି ଆସୁଥିଲା।