ଲାଲୁଙ୍କ କୀର୍ତ୍ତିର ୨୦୦ ପୃଷ୍ଠାର ଦସ୍ତାବିଜ ‘ଲାଲୁ ଲୀଲା’

ପାଟନା (ଓଡ଼ିଶା ରିପୋର୍ଟର):ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ‘ଲାଲୁ ଲୀଲା’ ନାମରେ ୨୦୦ ପୃଷ୍ଠାର ଦସ୍ତାବିଜ୍‌ର ଲୋକାର୍ପଣ କରିଛନ୍ତି ଯେଉଁଥିରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ନାମରେ ଥିବା ତମାମ ଦୁର୍ନୀତି ଲିପିବଦ୍ଧ ହୋଇଛି। ଗୁରୁବାର ପାଟନାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ତଥ୍ୟ ସମ୍ବଳିତ ଦସ୍ତାବିଜ୍‌କୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବଣ୍ଟାଯାଇଛି। ଏଥିରେ ଲାଲୁ ଏବଂ ତାଙ୍କ ପରିବାର ଲୋକେ କିଭଳି ସମ୍ପତ୍ତି ହଡ଼ପ କରିଛନ୍ତି, ସେ ବାବଦରେ ବର୍ଣ୍ଣନା କରାଯାଇଛି। […]

Lalu

Hemant Lenka
  • Published: Thursday, 11 October 2018
  • , Updated: 11 October 2018, 09:49 PM IST

ପାଟନା (ଓଡ଼ିଶା ରିପୋର୍ଟର):ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ‘ଲାଲୁ ଲୀଲା’ ନାମରେ ୨୦୦ ପୃଷ୍ଠାର ଦସ୍ତାବିଜ୍‌ର ଲୋକାର୍ପଣ କରିଛନ୍ତି ଯେଉଁଥିରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ନାମରେ ଥିବା ତମାମ ଦୁର୍ନୀତି ଲିପିବଦ୍ଧ ହୋଇଛି।

ଗୁରୁବାର ପାଟନାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ତଥ୍ୟ ସମ୍ବଳିତ ଦସ୍ତାବିଜ୍‌କୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବଣ୍ଟାଯାଇଛି। ଏଥିରେ ଲାଲୁ ଏବଂ ତାଙ୍କ ପରିବାର ଲୋକେ କିଭଳି ସମ୍ପତ୍ତି ହଡ଼ପ କରିଛନ୍ତି, ସେ ବାବଦରେ ବର୍ଣ୍ଣନା କରାଯାଇଛି। ଏପରି କାହାଣୀ ସବୁକୁ ସାମ୍ନାକୁ ଆଣିଥିବା ମୋଦିଙ୍କୁ ପ୍ରଶଂସା କରି କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏବଂ ନୀତୀନ୍‌ ଗଡ଼କରୀ ଦେଇଥିବା ମତ ମଧ୍ୟ ଏଥିରେ ପ୍ରକାଶ ପାଇଛି।

ଲାଲୁ ଏବଂ ତାଙ୍କ ପରିବାରର ଦୁର୍ନୀତି ସାମ୍ରାଜ୍ୟର ଫର୍ଦ୍ଦାଫାଶ କରିବାରେ ୨୦୧୭ ମସିହା ପରଠାରୁ ସୁଶୀଲ ମୋଦିଙ୍କ ୪୦ଟି ସାମ୍ବାଦିକ ସମ୍ମିଳନୀ ପ୍ରମୁଖ ଭୂମିକା ନେଇଥିବା ନେଇ ପ୍ରଶଂସା କରିଛନ୍ତି ଆଉ ଜଣେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ।

Related story