ଆରମ୍ଭ ହେଲା ଛପା କାମ: ଅଗଷ୍ଟ ୧୫ ସୁଦ୍ଧା ବଜାରକୁ ଆସିପାରେ ୨୦୦ ଟଙ୍କିଆ ନୋଟ୍

ଆଗାମୀ ସ୍ୱାଧୀନତା ଦିବସ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶବାସୀଙ୍କୁ ଭେଟିଦେବ ଏକ ନୂଆ ଉପହାର। ଜୁଲାଇ ମାସ ଶେଷ କିମ୍ୱା ୧୫ ଅଗଷ୍ଟ ସୁଦ୍ଧା ଭାରତୀୟ ବଜାରକୁ ଆସିବ ନୂଆ ୨୦୦ ଟଙ୍କିଆ ନୋଟ୍। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ରିପୋର୍ଟ ଅନୁଯାୟୀ, ହୋସଙ୍ଗ।ବାଦସ୍ଥିତ ସରକାରୀ ନୋଟ୍ ଛପା କଳରେ ଏହି ୨୦୦ ଟଙ୍କିଆ ନୋଟର କ୍ୱାଲିଟୀ ଓ ସୁରକ୍ଷାର ଯାଞ୍ଚ ହେବା ପରେ ଏହାର ମୁଦ୍ରଣ ପାଇଁ କର୍ଣ୍ଣାଟକର ମେସୁରୀ […]

200-note-bank

Rakesh Mallick
  • Published: Tuesday, 04 July 2017
  • , Updated: 04 July 2017, 02:57 PM IST

ଆଗାମୀ ସ୍ୱାଧୀନତା ଦିବସ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶବାସୀଙ୍କୁ ଭେଟିଦେବ ଏକ ନୂଆ ଉପହାର। ଜୁଲାଇ ମାସ ଶେଷ କିମ୍ୱା ୧୫ ଅଗଷ୍ଟ ସୁଦ୍ଧା ଭାରତୀୟ ବଜାରକୁ ଆସିବ ନୂଆ ୨୦୦ ଟଙ୍କିଆ ନୋଟ୍। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ରିପୋର୍ଟ ଅନୁଯାୟୀ, ହୋସଙ୍ଗ।ବାଦସ୍ଥିତ ସରକାରୀ ନୋଟ୍ ଛପା କଳରେ ଏହି ୨୦୦ ଟଙ୍କିଆ ନୋଟର କ୍ୱାଲିଟୀ ଓ ସୁରକ୍ଷାର ଯାଞ୍ଚ ହେବା ପରେ ଏହାର ମୁଦ୍ରଣ ପାଇଁ କର୍ଣ୍ଣାଟକର ମେସୁରୀ ଓ ପଶ୍ଚିମବଙ୍ଗର ସାଲବୋନୀ ପ୍ରିଣ୍ଟିଙ୍ଗ ପ୍ରେସକୁ ପଠାଯିବ।

ବିମୁଦ୍ରାକରଣ ଫଳରେ ସରକାର ପୁରୁଣା ୫୦୦ ଓ ୧୦୦୦ ଟଙ୍କ। ନୋଟ ବନ୍ଦ କରି ନୂଆ ୫୦୦ ଓ ୨୦୦୦ ଟଙ୍କାର ନୋଟ୍ ବଜାରକୁ ଛାଡିଥିଲେ। ଯାହାଫଳରେ ବଜାରରେ ଛୋଟ ୧୦୦ ଓ ୫୦୦ ଟଙ୍କିଆ ନୋଟର ଅଭାବ ପରିଲକ୍ଷିତ ହୋଇଥିଲା। ତେଣୁ ରିଜର୍ଭ ବ୍ୟାଙ୍କ ଏହି ସମସ୍ୟା ଦୂର କରିବାକୁ ୨୦୦ ଟଙ୍କ।ର ନୋଟ୍ ପ୍ରଚଳନ କରିବାକୁ ସ୍ଥିର କରିଥିଲା।

୨୦୦ ଟଙ୍କା ନୋଟ ବଜାରକୁ ଆସିନଥିଲେ ମଧ୍ୟ ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୨୦୦ ଟଙ୍କ।ର ନୋଟ ଦେଖିବାକୁ ପୁରୁଣା ୧୦୦ ଟଙ୍କ। ଭଳି। କିନ୍ତୁ ଅପେକ୍ଷାକୃତ ଅଧିକ ନୀଳ। ତେବେ ସୋସିଆଲ୍ ମିଡିଆରେ ଆସିଥିବା ଏହି ଫଟୋଟି ଉପରେ ରିଜର୍ଭ ବ୍ୟାଙ୍କ କୌଣସି ପ୍ରକାର ପ୍ରତିକ୍ରିୟା ଦେଇନି। ତେଣୁ ନୋଟର ସତ୍ୟତା ନେଇ କୌଣସି ସ୍ପଷ୍ଟଚିତ୍ର ମିଳିନି। ଏହି ନୋଟ୍ କେବଳ ଏକ ସାଙ୍କେତିକ ଚିତ୍ର ବୋଲି ଏବେ ଧରିବାକୁ ପଡ଼ିବ।

Related story