ମାଟି ତଳୁ ମିଳିଲା ୨ହଜାର ବର୍ଷ ତଳର ଫାଷ୍ଟଫୁଡ ଷ୍ଟଲ

ନୂଆଦିଲ୍ଲୀ: ମାଟିତଳୁ ମିଳିଲା ୨୦୦୦ ବର୍ଷ ତଳର ଫାଷ୍ଟଫୁଡ ଷ୍ଟଲ । ଇଟାଲୀର ପୋମ୍ପିଓ ସହରରୁ ଏହି ପୁରାତନ ଫାଷ୍ଟପୁଡ ଷ୍ଟଲ ମିଳିଛି । ପ୍ରତ୍ନତତ୍ତ୍ୱବିତମାନେ ରୋମାନ ଯୁଗରେ ଏହି ଫାଷ୍ଟଫୁଡ ଷ୍ଟଲକୁ ଆବିଷ୍କାର କରିଛନ୍ତି । ପୁରାତନ କାଳରେ ମଧ୍ୟ ଲୋକେ ଫାଷ୍ଟଫୁଡର ସୌଖିନ ଥିବା ଏଥିରୁ ଜଣାପଡିଛି । ୭୯ ଖ୍ରୀଷ୍ଟାବ୍ଦରେ  ଆଗ୍ନେୟଗିରି ଉଦବିଗିରଣ ଯୋଗୁଁ ପାଉଁଶ ତଳେ ପୋତି ହୋଇଯାଇଥିବା ସହର ଭିତରରୁ ପ୍ରତ୍ନତତ୍ତ୍ୱବିତମାନ ଏହାକୁ ଆବିଷ୍କାର କରିଛନ୍ତି । ୨ହଜାର ବର୍ଷ […]

fast-food-stall

Madhupriya Mistry
  • Published: Sunday, 27 December 2020
  • , Updated: 27 December 2020, 02:19 PM IST

ନୂଆଦିଲ୍ଲୀ: ମାଟିତଳୁ ମିଳିଲା ୨୦୦୦ ବର୍ଷ ତଳର ଫାଷ୍ଟଫୁଡ ଷ୍ଟଲ । ଇଟାଲୀର ପୋମ୍ପିଓ ସହରରୁ ଏହି ପୁରାତନ ଫାଷ୍ଟପୁଡ ଷ୍ଟଲ ମିଳିଛି । ପ୍ରତ୍ନତତ୍ତ୍ୱବିତମାନେ ରୋମାନ ଯୁଗରେ ଏହି ଫାଷ୍ଟଫୁଡ ଷ୍ଟଲକୁ ଆବିଷ୍କାର କରିଛନ୍ତି । ପୁରାତନ କାଳରେ ମଧ୍ୟ ଲୋକେ ଫାଷ୍ଟଫୁଡର ସୌଖିନ ଥିବା ଏଥିରୁ ଜଣାପଡିଛି ।

୭୯ ଖ୍ରୀଷ୍ଟାବ୍ଦରେ  ଆଗ୍ନେୟଗିରି ଉଦବିଗିରଣ ଯୋଗୁଁ ପାଉଁଶ ତଳେ ପୋତି ହୋଇଯାଇଥିବା ସହର ଭିତରରୁ ପ୍ରତ୍ନତତ୍ତ୍ୱବିତମାନ ଏହାକୁ ଆବିଷ୍କାର କରିଛନ୍ତି । ୨ହଜାର ବର୍ଷ ତଳର ଫାଷ୍ଟଫୁଡ ଷ୍ଟଲ ସହ ରୋଷେଇ ପାଇଁ ବ୍ୟବହାର ହେଉଥିବା ଚୁଲା, ପିତଳ ଓ ରୁପାର କିଛି କଂସା ବାସନ ଏବଂ କିଛି ଘୁଷୁରୀ ହାଡ ମଧ୍ୟ ମିଳିଛି। ମାଦକ ଜାତୀୟ ଦ୍ରବ୍ୟ ସହ ଏକାଠି ହୋଇ ରୋଷେଇ ହେଉଥିବା କିଛି ଖାଦ୍ୟ ଜିନିଷ ମଧ୍ୟ ଆବିଷ୍କାର ହୋଇଛି । ଫାଷ୍ଟଫୁଡ ଷ୍ଟଲ ତିଆରି ହୋଇଥିବା କାନ୍ଥରେ ରଙ୍ଗବେରଙ୍ଗର ଚିତ୍ର ମଧ୍ୟ ଅଙ୍କା ଯାଇଥିବା ପ୍ରତ୍ନତତ୍ତ୍ୱବିତମାନେ କହିଛନ୍ତି ।

ଭେସୁଭିଆସ ପର୍ବତ ନିକଟରେ ୭୯ ଖ୍ରୀଷ୍ଟାବ୍ଦରେ ଭୟଙ୍କର ଆଗ୍ନେୟ ଉଦଗିରଣ ହୋଇଥିଲା । ଆଗ୍ନେୟ ଲାଭା ସେହି ସମୟରେ ସହରକୁ ମାଡିଆସିଥିଲା। ଫଳରେ ପୁରା ସହର ପାଉଁଶ ତଳେ ପୋତି ହୋଇଯାଇଥିଲା । ସେତେବେଳେ ଏଠାରେ ୧୫ ହଜାରରୁ ୨୦ ହଜାର ଲୋକେ ବାସ କରୁଥିଲେ । ଆଗ୍ନେୟ ଉଦଗିରଣ ଯୋଗୁଁ ପାଖାପାଖି ୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ବୋଲି ନିକଟରେ ସାକ୍ଷାତକାରରେ ପ୍ରତ୍ନତତ୍ତ୍ୱ ପାର୍କର ମହାନିର୍ଦ୍ଦେଶକ କହିଛନ୍ତି ।

ଇଟାଲୀର ପୋମ୍ପିଓ ସହର ଏବେ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି । ଅଧିକ ସଂଖ୍ୟାରେ ଲୋକ ଏବେ ଏହି ଆବିଷ୍କାର ସ୍ଥଳକୁ ଆସୁଛନ୍ତି । ପୁରାତନ ଫାଷ୍ଟଫୁଡ ଷ୍ଟଲ ମିଳିବା ପରେ ସର୍ବସାଧାରଣଙ୍କ ପାଇଁ ଏହି ପ୍ରତ୍ନତତ୍ତ୍ୱ ପାର୍କକୁ ଖୋଲି ଦିଆଯାଇଛି ।

Related story