‘ଦେଶର ଝିଅ ନ୍ୟାୟ ପାଇବ’

ନୂଆଦିଲ୍ଲୀ: ୭ ବର୍ଷର ଅପେକ୍ଷା ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିବ। ଆସନ୍ତା ୨୨ ତାରିଖ ଗୁରୁବାର ସକାଳ ୭ଟା ବେଳକୁ ୪ ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଯିବ। ଆଜି ଏହି ଡେଥ୍‌ ୱାରେଣ୍ଟ ରାୟ ଆସିବା ପରେ ନିର୍ଭୟାଙ୍କ ମା’ ଏହାର ପ୍ରଶଂସା କରିଛନ୍ତି। ଏହି ୪ ଜଣ ଦୋଷୀ ଜଣେ ୨୩ ବର୍ଷ ପୟସ୍କ ପାରା ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ଅମାନବିକ ଭାବେ ନାନା ଅତ୍ୟାଚାର ଦେଇ ହତ୍ୟା କରିଥିଲେ। ଏହାପରେ କୋର୍ଟରେ […]

Nirvaya-Mother

Subrat Kumar Nayak
  • Published: Tuesday, 07 January 2020
  • , Updated: 07 January 2020, 05:41 PM IST

ନୂଆଦିଲ୍ଲୀ: ୭ ବର୍ଷର ଅପେକ୍ଷା ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିବ। ଆସନ୍ତା ୨୨ ତାରିଖ ଗୁରୁବାର ସକାଳ ୭ଟା ବେଳକୁ ୪ ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଯିବ। ଆଜି ଏହି ଡେଥ୍‌ ୱାରେଣ୍ଟ ରାୟ ଆସିବା ପରେ ନିର୍ଭୟାଙ୍କ ମା’ ଏହାର ପ୍ରଶଂସା କରିଛନ୍ତି। ଏହି ୪ ଜଣ ଦୋଷୀ ଜଣେ ୨୩ ବର୍ଷ ପୟସ୍କ ପାରା ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ଅମାନବିକ ଭାବେ ନାନା ଅତ୍ୟାଚାର ଦେଇ ହତ୍ୟା କରିଥିଲେ। ଏହାପରେ କୋର୍ଟରେ ବେଶ କିଛି ଦିନ ଧରି ମାମଲା ଚାଲୁ ରହିଥିଲା।

ଆଜି ରାୟ ପରେ ପ୍ରଥମ ପ୍ରତିକ୍ରିୟାରେ ପୀଡ଼ିତତାଙ୍କ ମା’ କହିଛନ୍ତି, “ଏହି ରାୟ ଫଳରେ ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱସନୀୟତା ବୃଦ୍ଧି ପାଇବ। ମୋ ଝିଅ ନ୍ୟାୟ ପାଇବ। ଏ ଦେଶର ଝିଅ ନ୍ୟାୟ ପାଇବ।”

ପୀଡ଼ିତାଙ୍କ ବାପା କହିଛନ୍ତି, “ମୁଁ କୋର୍ଟଙ୍କ ରାୟ ଉପରେ ଖୁସି। ଦୋଷୀମାନେ ଆସନ୍ତା ୨୨ ତାରିଖ ସକାଳ ୭ଟାବେଳେ ଫାଶୀ ପାଇବେ। ଏହା ସମସ୍ତଙ୍କ ମନରେ କୌଣସି ଅପରାଧ କରିବା ପୂର୍ବରୁ ଭାବିବା ପାଇଁ ଭୟ ସୃଷ୍ଟି କରିବ।” ସୂଚନାଯୋଗ୍ୟ ଯେ, ଦୋଷୀଙ୍କୁ ଫାଶୀ ରାୟ ଆସିବା ପରେ ପୀଡ଼ିତାଙ୍କ ପିତାମାତା ଏହାକୁ ତୁରନ୍ତ ଲାଗୁ କରିବାକୁ ଦାବି କରିଆସୁଥିଲେ।

Related story