ଦିଲ୍ଲୀ ହୋଟେଲରେ ଥିବା ୨୧ ଇଟାଲୀ ନାଗରିକ ଆଇଟିବି କ୍ୟାମ୍ପକୁ ସ୍ଥାନାନ୍ତର

ନୂଆଦିଲ୍ଲୀ: ରାଜସ୍ଥାନ ଜୟପୁରରେ ଇଟାଲୀ ପର୍ଯ୍ୟଟକ ଦମ୍ପତ୍ତି କରୋନାରେ ଆକ୍ରାନ୍ତ ହେବା ପରେ ଚିନ୍ତାରେ ଦେଶବାସୀ। ଇଟାଲୀ ପର୍ଯ୍ୟଟକଙ୍କ ପାଖରେ କରୋନା ଚିହ୍ନଟ ହେବା ପରେ ଦକ୍ଷିଣ ଦିଲ୍ଲୀର ହୋଟେଲରେ ଥିବା ୨୧ ଇଟାଲୀ ପର୍ଯ୍ୟଟକ କରୋନା ଶିକାର ହୋଇଥାଇପାରନ୍ତି ବୋଲି ଆକଳନ ହୋଇଛି। ଏହି ୨୧ ଇଟାଲୀ ପର୍ଯ୍ୟଟକଙ୍କ ସହ ୩ ଭାରତୀୟ ମିଶି ମୋଟ୍ ୨୪ ଜଣ ଏବେ କରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି। ଏବେ ଏହି ୨୪ ସନ୍ଦିଗ୍ଧ କରୋନା ପର୍ଯ୍ୟଟକଙ୍କୁ ଆଇଟିବିପି କ୍ୟାମ୍ପକୁ […]

Corona

Subhransu Sekhar
  • Published: Tuesday, 03 March 2020
  • , Updated: 03 March 2020, 09:59 PM IST

ନୂଆଦିଲ୍ଲୀ: ରାଜସ୍ଥାନ ଜୟପୁରରେ ଇଟାଲୀ ପର୍ଯ୍ୟଟକ ଦମ୍ପତ୍ତି କରୋନାରେ ଆକ୍ରାନ୍ତ ହେବା ପରେ ଚିନ୍ତାରେ ଦେଶବାସୀ। ଇଟାଲୀ ପର୍ଯ୍ୟଟକଙ୍କ ପାଖରେ କରୋନା ଚିହ୍ନଟ ହେବା ପରେ ଦକ୍ଷିଣ ଦିଲ୍ଲୀର ହୋଟେଲରେ ଥିବା ୨୧ ଇଟାଲୀ ପର୍ଯ୍ୟଟକ କରୋନା ଶିକାର ହୋଇଥାଇପାରନ୍ତି ବୋଲି ଆକଳନ ହୋଇଛି।

ଏହି ୨୧ ଇଟାଲୀ ପର୍ଯ୍ୟଟକଙ୍କ ସହ ୩ ଭାରତୀୟ ମିଶି ମୋଟ୍ ୨୪ ଜଣ ଏବେ କରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି। ଏବେ ଏହି ୨୪ ସନ୍ଦିଗ୍ଧ କରୋନା ପର୍ଯ୍ୟଟକଙ୍କୁ ଆଇଟିବିପି କ୍ୟାମ୍ପକୁ ନିଆଯାଇଛି। ଏ ସମସ୍ତଙ୍କର କରୋନା ପରୀକ୍ଷା ହୋଇଛି ବୁଧବାର ରେଜଲ୍ଟ ଆସିବ ବୋଲି ଖବର ସରବରାହ ସଂସ୍ଥା ଏଏନଆଇ ସୂଚନା ଦେଇଛି।

୨୧ ଇଟାଲୀ ପର୍ଯ୍ୟଟକଙ୍କ ମଧ୍ୟରେ ୮ ଜଣ ପୁରୁଷ ରହିଥିବା ବେଳେ ୧୩ ଜଣ ମହିଳା ରହିଛନ୍ତି। ଏହାବାଦ୍ ଜଣେ ଭାରତୀୟ ଟୁରିଷ୍ଟ ଗାଇଡ୍, ଜଣେ ଡ୍ରାଇଭର ଏବଂ ଜଣେ ହେଲପର ରହିଛନ୍ତି।

Related story