ଆଗ୍ରା: ପ୍ରେମ ସମ୍ପର୍କକୁ ନେଇ ଆପଣମାନେ ରିଲରେ ଅନେକ କାହାଣୀ ଦେଖିଥିବେ। ଅନେକ ସମୟରେ ରିଲରେ ଦେଖାଯାଉଥିବା ଫିଲ୍ମ ଅତିରଞ୍ଜିତ ବୋଲି କୁହାଯାଏ ବା ଅଜବ ଗଜବ। ହେଲେ ରିଅଲ୍ ଲାଇଫରେ କିନ୍ତୁ ଏବେ କିଛି ଘଟଣା ନିକଟରେ ଦେଖିବାକୁ ମିଳିଛି ଯାହାକି ଗପ ଲାଗୁଥିଲେ ବି ସତ।
ମହିଳାଙ୍କ ଏଭଳି ପ୍ରମେକୁ ନେଇ ତାଙ୍କ ପୁଅ ଓ ସ୍ୱାମୀ ଆପତ୍ତି ଉଠାଇଥିଲେ। ଏହାପରେ ଥାନାରେ ମାମଲା ପହଞ୍ଚିଥିଲା। ଥାନାରେ ଯୁବକ ଏବଂ ତାଙ୍କ ୬୦ ବର୍ଷୀୟ ପ୍ରେମିକା ମଧ୍ୟ ପହଞ୍ଚି ନିଜର ଯୁକ୍ତି ରଖିଥିଲେ। ଉଭୟ ପରସ୍ପରକୁ ଭଲ ପାଉଛନ୍ତି। ଏଥିପାଇଁ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ସଂପୃକ୍ତ ମହିଳା ଜଣଙ୍କର ୭ଟି ଛୁଆ ରହିଛି। ଏହାବାଦ ସେ ଜଣେ ଜେଜେ ମା’। ଆଗ୍ରାର ପ୍ରକାଶ ନଗରରେ ସେ ରୁହନ୍ତି। ଆଗ୍ରାରେ ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ପୁଲିସ ଏବେ ସଂପୃକ୍ତ ଯୁବକ ବିରୋଧରେ ମାମଲା ଗ୍ରହଣ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।