ରାଜନୀତିକ ରାଲି ଉପରେ ହମଲା, ୨୭ ମୃତ

କାବୁଲ: ତାଲିବାନ ଓ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିଲେ ହେଁ ଆଫଗାନିସ୍ତାନରେ ଏଯାଏ ଶାନ୍ତି ପ୍ରତିଷ୍ଠା ହୋଇପାରି ନାହିଁ। ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆୟୋଜିତ ଏକ ରାଜନୀତିକ ଶୋଭାଯାତ୍ରା ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି। ତେବେ ଏହି ଆକ୍ରମଣ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରି ନାହିଁ। ସେହିପରି କୌଣସି ଆତଙ୍କବାଦୀ […]

k

Hemant Lenka
  • Published: Friday, 06 March 2020
  • , Updated: 06 March 2020, 05:42 PM IST

କାବୁଲ: ତାଲିବାନ ଓ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିଲେ ହେଁ ଆଫଗାନିସ୍ତାନରେ ଏଯାଏ ଶାନ୍ତି ପ୍ରତିଷ୍ଠା ହୋଇପାରି ନାହିଁ। ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆୟୋଜିତ ଏକ ରାଜନୀତିକ ଶୋଭାଯାତ୍ରା ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି।

ଏଥିରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି। ତେବେ ଏହି ଆକ୍ରମଣ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରି ନାହିଁ।

ସେହିପରି କୌଣସି ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ ମଧ୍ୟ କରିପାରି ନାହିଁ। ଶୋଭାଯାତ୍ରାରେ ବିସ୍ଫୋରଣ କରି ଏଭଳି ହମଲା କରାଯାଇଛି। ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି।

Related story