କେରଳରେ ବର୍ଷା ବିଭୀଷିକା, ମୃତ୍ୟୁସଂଖ୍ୟା ୨୯ ଛୁଇଁଲା

ଥିରୁଅନନ୍ତପୁରମ୍‌: ମୌସୁମୀ ସକ୍ରିୟ ହେବାପରେ କେରଳରେ ଜାରି ରହିଥିବା ଲଗାଣ ବର୍ଷା ଏବେ ଭୟଙ୍କର ରୂପ ଧାରଣ କରିଛି। ଲଗାଣ ବର୍ଷା ସାଙ୍ଗକୁ ବନ୍ୟା ଓ ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୨୯ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ବନ୍ୟାଜଳରେ ୪ ଜଣ ନିଖୋଜ ହୋଇଯାଇଛନ୍ତି। ବର୍ଷା ଓ ବନ୍ୟା ଯୋଗୁ ୫୪ ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଉଭୟ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ସେନା ମୁତୟନ ହୋଇଛନ୍ତି। ଅନ୍ୟପଟେ ରାଜ୍ୟର ସମସ୍ତ ଜଳଭଣ୍ଡାରର […]

DkM__ovWwAEamCs

Ordigital Desk
  • Published: Friday, 10 August 2018
  • , Updated: 10 August 2018, 08:22 PM IST

ଥିରୁଅନନ୍ତପୁରମ୍‌: ମୌସୁମୀ ସକ୍ରିୟ ହେବାପରେ କେରଳରେ ଜାରି ରହିଥିବା ଲଗାଣ ବର୍ଷା ଏବେ ଭୟଙ୍କର ରୂପ ଧାରଣ କରିଛି।

ଲଗାଣ ବର୍ଷା ସାଙ୍ଗକୁ ବନ୍ୟା ଓ ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୨୯ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ବନ୍ୟାଜଳରେ ୪ ଜଣ ନିଖୋଜ ହୋଇଯାଇଛନ୍ତି। ବର୍ଷା ଓ ବନ୍ୟା ଯୋଗୁ ୫୪ ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି।

ସେମାନଙ୍କୁ ଉଦ୍ଧାର କରିବାକୁ ଉଭୟ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ସେନା ମୁତୟନ ହୋଇଛନ୍ତି।

ଅନ୍ୟପଟେ ରାଜ୍ୟର ସମସ୍ତ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ଏହାର ଗେଟ୍‌ଗୁଡ଼ିକୁ ଖୋଲି ଦିଆଯାଇଛି। ବିଭିନ୍ନ ସ୍ଥାନରେ ବନ୍ୟା ଯୋଗୁ ରାସ୍ତା ଭାସିଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିବାରୁ ବିଜୁଳି ଯୋଗାଣ ବନ୍ଦ ରହିଛି।

କେରଳର ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାରେ ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି। ପାଖାପାଖି ୨୦ ହଜାର ଲୋକଙ୍କୁ ବିଭିନ୍ନ ସ୍ଥାନରେ କ୍ୟାମ୍ପ ଖୋଲା ଯାଇ ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯାଉଛି। ‌ଇଡୁକି ଡ୍ୟାମରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଏହାର ଗୋଟିଏ ଗେଟ୍‌କୁ ଖୋଲାଯାଇଛି।

ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ କୋଝିକୋଡ୍‌ ଓ ଇଡୁକିରେ ରେଡ ଆଲର୍ଟ ଜାରି କରାଯାଇଛି।

ଉଦ୍ଧାରକାର୍ଯ୍ୟରେ ୩ ସେନାର ଯବାନଙ୍କ ସହ ଏନ୍‌ଡିଏଫ୍‌ର ୫ଟି ଟିମ୍‌ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି। ନୌସେନାର ସ୍ୱତନ୍ତ୍ର ଟିମ୍ ଏବଂ ସି କିଙ୍ଗ୍‌ ହେଲିକପ୍ଟର୍‌ ଜରିଆରେ ବନ୍ୟାଜଳରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି।

[caption id="attachment_262414" align="aligncenter" width="4800"]  ଅୟାନକୁଲ୍ଲୁ ଓ ଇଡୁକିରେ ସେନାର ୨୦୦ ଯବାନ ମୁତୟନ ହୋଇଥିବାବେଳେ କୋଝିକୋଡ୍ ଏବଂ ମଲ୍ଲାପୁରମରେ ୧୫୦ ଯବାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।[/caption]

ବର୍ଷା ଓ ଭୂସ୍ଖଳନ ଯୋଗୁ ଇଡୁକିରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

ବନ୍ୟା ପ୍ରଭାବିତଙ୍କ ସହାୟତା ଲାଗି କର୍ଣ୍ଣଟକ ଓ ତାମିଲୁନାଡୁ ସରକାର କେରଳକୁ ଯଥାକ୍ରମେ ୧୦ କୋଟି ଓ ୫ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି।

Related story