ଓଡ଼ିଶାରୁ ସୁରତ ଚାଲାଣ ହେଉଥିଲା ଗଞ୍ଜେଇ, ଧରିଲା କ୍ରାଇମବ୍ରାଞ୍ଚ

ସୁରତ: ଟ୍ରକ୍‌ ଯୋଗେ ଓଡ଼ିଶାରୁ ସୁରତକୁ ଚାଲାଣ ହେଉଥିଲା ଗଞ୍ଜେଇ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜବତ କଲା ସୁରତ କ୍ରାଇମବ୍ରାଞ୍ଚ ଟିମ୍।ପୁରୁଣା ଗାଁ ନିକଟ ସରୋଲି ରୋଡ ନିକଟରୁ ୫୬୨ କେଜି ଗଞ୍ଜେଇ ଜବତ କଲା ସୁରତ କ୍ରାଇମବ୍ରାଞ୍ଚର ଟିମ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୬ ଲକ୍ଷରୁ ଅଧିକ ହେବ ବୋଲି କହିଛି କ୍ରାଇମବ୍ରାଞ୍ଚ । ଓଡ଼ିଶାରୁ ରୋଡ୍ ଯୋଗେ ଗଞ୍ଜେଇ ସୁରତକୁ ଚାଲାଣ କରାଯାଉଥିଲା । ବିଶେଷ ସୂତ୍ରରୁ ଖବର ପାଇ […]

ganja-1

Niharika Rout
  • Published: Thursday, 24 September 2020
  • , Updated: 24 September 2020, 01:54 PM IST

ସୁରତ: ଟ୍ରକ୍‌ ଯୋଗେ ଓଡ଼ିଶାରୁ ସୁରତକୁ ଚାଲାଣ ହେଉଥିଲା ଗଞ୍ଜେଇ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜବତ କଲା ସୁରତ କ୍ରାଇମବ୍ରାଞ୍ଚ ଟିମ୍।ପୁରୁଣା ଗାଁ ନିକଟ ସରୋଲି ରୋଡ ନିକଟରୁ ୫୬୨ କେଜି ଗଞ୍ଜେଇ ଜବତ କଲା ସୁରତ କ୍ରାଇମବ୍ରାଞ୍ଚର ଟିମ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୬ ଲକ୍ଷରୁ ଅଧିକ ହେବ ବୋଲି କହିଛି କ୍ରାଇମବ୍ରାଞ୍ଚ ।

ଓଡ଼ିଶାରୁ ରୋଡ୍ ଯୋଗେ ଗଞ୍ଜେଇ ସୁରତକୁ ଚାଲାଣ କରାଯାଉଥିଲା । ବିଶେଷ ସୂତ୍ରରୁ ଖବର ପାଇ  କ୍ରାଇମବ୍ରାଞ୍ଚ ଟିମ୍ ଚଢାଉ କରି ଟ୍ରକ ଡ୍ରାଇଭର ଓ ହେଲପର ସମେତ ୩ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି। ଗିରଫ ବ୍ୟକ୍ତିଙ୍କୁ ପଚରାଉଚରା ପରେ ସୁରତରେ ରହୁଥିବା ଆସିକା  ଅଞ୍ଚଳର କିଛି ଯୁବକଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିବା ଜଣାଯାଇଛି।

 

Related story