କାଶ୍ମୀରରେ ଆତଙ୍କୀ ହମ୍‌ଲା; ଜିଆରଇଏଫ୍‌ର ୩ କର୍ମଚାରୀ ନିହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ବଟାଲ ଗାଁରେ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଜେନେରାଲ୍ ରିଜର୍ଭ ଇଜିନିୟରିଂ ଫୋର୍ସର (ଜିଆରଇଏଫ୍‌) କ୍ୟାମ୍ପ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବା ଯୋଗୁଁ ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ତିନି ଜଣ ଜିଆରଇଏଫ୍‌ ପାଇଁ କାମ କରୁଥିବା ଶ୍ରମିକ ବୋଲି କୁହାଯାଇଛି। ଉକ୍ତ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଉଛି। ଆତଙ୍କବାଦୀମାନେ ଲୁଚି ରହିଥିବା ଆଶଙ୍କାରେ ସତକର୍ତ୍ତତାର […]

jammu-kashmir

Rakesh Mallick
  • Published: Monday, 09 January 2017
  • , Updated: 09 January 2017, 09:36 AM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ବଟାଲ ଗାଁରେ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଜେନେରାଲ୍ ରିଜର୍ଭ ଇଜିନିୟରିଂ ଫୋର୍ସର (ଜିଆରଇଏଫ୍‌) କ୍ୟାମ୍ପ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବା ଯୋଗୁଁ ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ତିନି ଜଣ ଜିଆରଇଏଫ୍‌ ପାଇଁ କାମ କରୁଥିବା ଶ୍ରମିକ ବୋଲି କୁହାଯାଇଛି। ଉକ୍ତ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଉଛି। ଆତଙ୍କବାଦୀମାନେ ଲୁଚି ରହିଥିବା ଆଶଙ୍କାରେ ସତକର୍ତ୍ତତାର ସହ ସର୍ଚ୍ଚ ଅପରେସନ୍ କରାଯାଉଛି। ଗାଁ ଲୋକମାନେ ଦୁଇ ତିନି ଜଣ ଆତଙ୍କବାଦୀଙ୍କୁ ଦେଖିଥିବା କହିଛନ୍ତି।

ଏହି ଘଟଣା ପରେ କଶ୍ମୀରରେ ସେନାର ଥିବା ସମସ୍ତ ଶିବିରରେ ଆଲର୍ଟ ଜାରି କରାଯାଇଛି।

Related story