ଅନୁପ୍ରବେଶ ପାଇଁ ସୀମାରେ ୩୦୦ ଆତଙ୍କବାଦୀ ସକ୍ରିୟ

ନୂଆଦିଲ୍ଲୀ: ସୀମାରେ ଅନୁପ୍ରବେଶ ପାଇଁ ପାକିସ୍ତାନ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ପ୍ରସ୍ତୁତ ରହିଛନ୍ତି। କ୍ରମାଗତ ଭାବେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ଚାଲିଥିବା ବେଳେ ପିଓକେରେ ଏବେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି। ଆତଙ୍କବାଦୀ ସଂଗଠନ ଅଲବଧର, ଲଶ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଲଞ୍ଚ ପ୍ୟାଡ ନିକଟରେ ଥିବା ସୂଚନା ରହିଛି। କ୍ରମାଗତ ଭାବରେ ଭାରତୀୟ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଅସ୍ତ୍ରବିରତି ଉଲ୍ଲଂଘନ ମାଧ୍ୟମରେ ପାକିସ୍ତାନ ସେନା ସେମାନଙ୍କୁ ଏହି […]

Maj Gen Virendra Vats

Maj Gen Virendra Vats

Subhransu Sekhar
  • Published: Saturday, 11 July 2020
  • Updated: 11 July 2020, 06:40 PM IST

Sports

Latest News

ନୂଆଦିଲ୍ଲୀ: ସୀମାରେ ଅନୁପ୍ରବେଶ ପାଇଁ ପାକିସ୍ତାନ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ପ୍ରସ୍ତୁତ ରହିଛନ୍ତି। କ୍ରମାଗତ ଭାବେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ଚାଲିଥିବା ବେଳେ ପିଓକେରେ ଏବେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି।

ଆତଙ୍କବାଦୀ ସଂଗଠନ ଅଲବଧର, ଲଶ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଲଞ୍ଚ ପ୍ୟାଡ ନିକଟରେ ଥିବା ସୂଚନା ରହିଛି। କ୍ରମାଗତ ଭାବରେ ଭାରତୀୟ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଅସ୍ତ୍ରବିରତି ଉଲ୍ଲଂଘନ ମାଧ୍ୟମରେ ପାକିସ୍ତାନ ସେନା ସେମାନଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଛି।

ଜିଓସି ୧୯ ଇନଫ୍ଲେମେଟ୍ରୀ ଡିଭିଜନର ମେଜର ଜେନେରାଲ ବିରେନ୍ଦ୍ର ବତ୍ସ କହିଛନ୍ତି, ଇନପୁଟରୁ ଆସୁଥିବା ଖବର ଅନୁଯାୟୀ, ସୀମା ପାର୍ଶ୍ୱରେ ଥିବା ଏହି ଲଞ୍ଚ ପ୍ୟାଡଗୁଡ଼ିକ ସମ୍ପୂର୍ଣ୍ଣ ଆକ୍ଟିଭ ରହିଛି। ପାଖାପାଖି ୨୫୦-୩୦୦ ଆତଙ୍କବାଦୀ ଲଞ୍ଚପ୍ୟାଡ ନିକଟରେ ଆକ୍ଟିଭ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos