ଆତଙ୍କବାଦୀ ହମ୍‌ଲାରେ ୪ ପୁଲିସ୍‌ ସହିଦ୍‌, ଟଳିଲେ ୨ ଆତଙ୍କୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପୁଣିଥରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜବୁଲ୍‌ କମାଣ୍ଡର ଅଲତାଫ୍‌ ଅହମ୍ମଦ ଦାର ଓ ତା’ ସହଯୋଗୀ ଉମର ରଶିଦ୍‌ ୱାନି ନିହତ ହୋଇଥିବା ବେଳେ ସୋପିଆନ୍‌ ଆତଙ୍କୀ ହମ୍‌ଲାରେ ୪ ଜଣ ପୁଲିସ୍‌ କର୍ମଚାରୀ ସହିଦ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସୋପିଆନ୍‌ର ଅରହାମ୍‌ ଫଳ ବଜାର ନିକଟରେ ୪ ଜଣ ପୁଲିସ୍‌ କର୍ମଚାରୀ ସେମାନଙ୍କ ଗାଡ଼ି ମରାମତି କରୁଥିଲେ। ଏହି ସମୟରେ କିଛି ସଶସ୍ତ୍ର ଆତଙ୍କବାଦୀ […]

jk4

jk4

Sampad Mahapatra
  • Published: Wednesday, 29 August 2018
  • Updated: 29 August 2018, 11:25 AM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପୁଣିଥରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜବୁଲ୍‌ କମାଣ୍ଡର ଅଲତାଫ୍‌ ଅହମ୍ମଦ ଦାର ଓ ତା’ ସହଯୋଗୀ ଉମର ରଶିଦ୍‌ ୱାନି ନିହତ ହୋଇଥିବା ବେଳେ ସୋପିଆନ୍‌ ଆତଙ୍କୀ ହମ୍‌ଲାରେ ୪ ଜଣ ପୁଲିସ୍‌ କର୍ମଚାରୀ ସହିଦ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସୋପିଆନ୍‌ର ଅରହାମ୍‌ ଫଳ ବଜାର ନିକଟରେ ୪ ଜଣ ପୁଲିସ୍‌ କର୍ମଚାରୀ ସେମାନଙ୍କ ଗାଡ଼ି ମରାମତି କରୁଥିଲେ। ଏହି ସମୟରେ କିଛି ସଶସ୍ତ୍ର ଆତଙ୍କବାଦୀ ସେମାନଙ୍କ ଉପରେ ଅତର୍କିତ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ହିଁ ୨ ଜଣ ପୁଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ ପୁଲିସ୍‌ କର୍ମଚାରୀଙ୍କ ଉପରେ ହମ୍‌ଲା କରି ସେମାନଙ୍କଠାରୁ ସମସ୍ତ ଅସ୍ତ୍ରଶସ୍ତ୍ର ନେଇ ଫେରାର୍ ହୋଇଯାଇଛନ୍ତି। ଏବେ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଥିବା ଜମ୍ମୁ-କଶ୍ମୀର ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଏହି ଆତଙ୍କୀ ହମ୍‌ଲା ପୂର୍ବରୁ ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଥିଲା।

ଅନନ୍ତନାଗର ଖାନ୍‌ବାଲ୍‌ଠାରେ ହୋଇଥିବା ଏନ୍‌କାଉଣ୍ଟର୍‌ରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନର ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଥିବା ଅଲତାଫ୍‌ ହେଉଛି ଏ++ ଶ୍ରେଣୀର ଆତଙ୍କବାଦୀ। ତାକୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦୀର୍ଘ ଦିନ ହେଲା ସର୍ଚ୍ଚ ଅପରେସନ୍‌ ଜାରି ରହିଥିଲା।

ବୁଧବାର ସକାଳେ ଖାନ୍‌ବାଲ୍‌ର ମୁନିୱାର୍ଦ୍ଧ ଅଞ୍ଚଳଠାରେ ଥିବା ବିନପୁରା ଗାଁରେ ଅଲତାଫ୍‌ ଓ ତା’ର ସହଯୋଗୀ ୱାନି ଲୁଚି ଥିବା ଖବର ମିଳିଥିଲା। ଏହାପରେ ରାଷ୍ଟ୍ରୀୟ ରାଇଫଲ୍‌, ଏସ୍‌ଓଜି ଓ ସିଆର୍‌ପିଏଫ୍‌ ଯବାନଙ୍କ ପକ୍ଷରୁ ମିଳତ ଭାବେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ଅଲତାଫ୍‌ ଓ ୱାନି ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା।

ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନ୍‌କାଉଣ୍ଟର୍‌ରେ ଅଲତାଫ୍‌ ଓ ୱାନିର ମୃତ୍ୟୁ ଘଟିଥିବା ସେନା ପକ୍ଷରୁ କୁହାଯାଇଛି। ଏମାନଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ୍‌ ଓ ଗୋଟିଏ ଇନ୍‌ସାସ୍‌ ରାଇଫଲ୍‌ ଜବତ ହୋଇଛି। ନିହତ ଅଲତାଫ୍‌କୁ ଧରିବା ପାଇଁ ପୁଲିସ୍‌ ପକ୍ଷରୁ ୧୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ଏହି ଏନ୍‌କାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ପଥର ମାଡ଼ କରିଥିଲେ। ଭିଡ଼କୁ ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପେଲେଟ୍‌ ଗନ୍‌ର ବ୍ୟବହାର ହୋଇଥିଲା। ଏଥିରେ ଅବଦ୍‌ ରଶିଦ୍‌ ଭଟ୍ଟ ନାମକ ଜଣେ ସ୍ଥାନୀୟ ଯୁବକ ଗୁରୁତର ଆହତ ହୋଇଛନ୍ତି।

ସୁରକ୍ଷା ଦୃଷ୍ଟିରୁ ଅନନ୍ତନାଗରେ ଇଣ୍ଟରନେଟ୍‌ ବ୍ୟବସ୍ଥା ବନ୍ଦ କରାଯାଇଥିବା ବେଳେ ଟ୍ରେନ୍‌ ଚଳାଚଳକୁ ମଧ୍ୟ ଆଜି ପାଇଁ ସ୍ଥଗିତ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story