ସୋମବାର ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେଣି ୧୩

ନୂଆଦିଲ୍ଲୀ: ୪ ନୂଆ ଆକ୍ରାନ୍ତଙ୍କ ସହ ଦେଶରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୪ରେ ପହଞ୍ଚିଛି। ସୋମବାର ୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୪ ଜଣ ଓଡ଼ିଶା, ଜମ୍ମୁ ଏବଂ କଶ୍ମୀର, ଲଦାଖ ଏବଂ କେରଳରୁ ରହିଛନ୍ତି। ୧୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇଥିବା ବେଳେ ଦୁଇ ଜଣଙ୍କର ନିକଟରେ ମୃତ୍ୟୁ ଘଟିଛି। ଜଣେ ମୃତକ କର୍ଣ୍ଣାଟକରେ ହୋଇଥିବାବେଳେ ଅନ୍ୟ ଜଣେ ଦିଲ୍ଲୀର। ମୃତ ଦ୍ୱୟଙ୍କ ବୟସ ୬୦ରୁ ଅଧିକ ରହିଛି। […]

corona viruse

Subhransu Sekhar
  • Published: Monday, 16 March 2020
  • , Updated: 16 March 2020, 08:30 PM IST

ନୂଆଦିଲ୍ଲୀ: ୪ ନୂଆ ଆକ୍ରାନ୍ତଙ୍କ ସହ ଦେଶରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୪ରେ ପହଞ୍ଚିଛି। ସୋମବାର ୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୪ ଜଣ ଓଡ଼ିଶା, ଜମ୍ମୁ ଏବଂ କଶ୍ମୀର, ଲଦାଖ ଏବଂ କେରଳରୁ ରହିଛନ୍ତି। ୧୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇଥିବା ବେଳେ ଦୁଇ ଜଣଙ୍କର ନିକଟରେ ମୃତ୍ୟୁ ଘଟିଛି। ଜଣେ ମୃତକ କର୍ଣ୍ଣାଟକରେ ହୋଇଥିବାବେଳେ ଅନ୍ୟ ଜଣେ ଦିଲ୍ଲୀର। ମୃତ ଦ୍ୱୟଙ୍କ ବୟସ ୬୦ରୁ ଅଧିକ ରହିଛି।

https://twitter.com/PIB_India/status/1239559649805750272

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ରାଜ୍ୟ ଓ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ସପିଂ ମଲ୍, ସିନେମା ହଲ, ପାର୍କ, ସ୍କୁଲ ଓ କଲେଜକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏକତ୍ରିତ ନହେବାକୁ ପରାମର୍ଶ ଦେଇଛନ୍ତି।

Related story