ସୋମବାର ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସୋମବାର ଆଉ ୪ ଜଣ ନୂଆ କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ ନୂଆ କିଲର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ୪୩ ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହି ୪ ଜଣଙ୍କ ମଧ୍ୟରୁ କେରଳ ଏରନାକୁଲମର ଜଣେ, ଦିଲ୍ଲୀ ଓ ଉତ୍ତର ପ୍ରଦେଶର ଜଣେ ଲେଖାଏଁ ଏବଂ ଜମ୍ମୁ କଶ୍ମୀରର ଜଣେ। କେରଳରେ ଆକ୍ରାନ୍ତ ରୋଗୀର ବୟସ ତିନି ବର୍ଷ। COVID-୧୯ ଟେଷ୍ଟରେ ଏହି ତିନି ବର୍ଷର ଛୋଟ ଛୁଆ ପାଖରେ କରୋନା […]

dc

Subhransu Sekhar
  • Published: Monday, 09 March 2020
  • , Updated: 09 March 2020, 04:13 PM IST

ନୂଆଦିଲ୍ଲୀ: ସୋମବାର ଆଉ ୪ ଜଣ ନୂଆ କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ ନୂଆ କିଲର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ୪୩ ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହି ୪ ଜଣଙ୍କ ମଧ୍ୟରୁ କେରଳ ଏରନାକୁଲମର ଜଣେ, ଦିଲ୍ଲୀ ଓ ଉତ୍ତର ପ୍ରଦେଶର ଜଣେ ଲେଖାଏଁ ଏବଂ ଜମ୍ମୁ କଶ୍ମୀରର ଜଣେ।

କେରଳରେ ଆକ୍ରାନ୍ତ ରୋଗୀର ବୟସ ତିନି ବର୍ଷ। COVID-୧୯ ଟେଷ୍ଟରେ ଏହି ତିନି ବର୍ଷର ଛୋଟ ଛୁଆ ପାଖରେ କରୋନା ଭାଇରସ ଚିହ୍ନଟ ହୋଇଛି। ଏହାକୁ ମିଶାଇ କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ପରିବାର ସହ ଇଟାଲୀ ଯାଇଥିଲେ ଏହି ତିନି ବର୍ଷର ଛୋଟ ଛୁଆ। ଇଟାଲୀରୁ ଫେରିବା ପରେ ଛୋଟ ଛୁଆ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଛୋଟ ଛୁଆଟିକୁ ଏବେ କେରଳର ଏର୍ନାକୁଲମ ମେଡିକାଲ କଲେଜର ଏକ ସ୍ୱତନ୍ତ୍ର ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଏଯାବତ ୩,୦୦୩ ଜଣଙ୍କର କରୋନା ପରୀକ୍ଷା ହୋଇଛି। ସେଥିମଧ୍ୟରୁ ୪୩ ଜଣ ଚିହ୍ନଟ ହୋଇଛନ୍ତି।

କରୋନା ଭାଇରସ ସାରା ବିଶ୍ୱକୁ ବ୍ୟାପିବା ପରେ ସମସ୍ତ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସ୍କ୍ରିନଟେଷ୍ଟ ହେଉଛି। ୮,୨୫୫ ବିମାନ ବନ୍ଦର ମଧ୍ୟରୁ ମୋଟ ୮,୭୪,୭୦୮ ଅନ୍ତର୍ଜାତୀୟ ଯାତ୍ରୀଙ୍କର ସ୍କ୍ରିନଟେଷ୍ଟ ହୋଇଛି। ସେଥିମଧ୍ୟରୁ ୧,୯୨୧ ଜଣ ଯାତ୍ରୀଙ୍କ ପାଖରେ କରୋନା ଚିହ୍ନଟ ହୋଇଛି। ୧୭୭ ଜଣ ଏମାନଙ୍କ ମଧ୍ୟରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ୩୩,୫୯୯ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ଡାକ୍ତରମାନେ। ୨୧,୮୬୭ ଯାତ୍ରୀ ସେମାନଙ୍କ ଚିକିତ୍ସା ଅବଧି ଶେଷ କରିଥିବା ଜଣାପଡ଼ିଛି।

ଏବେ ସମସ୍ତ ଯାତ୍ରୀଙ୍କୁ ତାଙ୍କର ଭ୍ରମଣ ବାବଦରେ ଅବଗତ କରାଇବାକୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରଣାଳୟ। ସେହିପରି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ କହିଛନ୍ତି, ରବିବାର ପଶ୍ଚିମବଙ୍ଗ ମୁର୍ଶିଦାବାଦର ଯେଉଁ ରୋଗୀଙ୍କର ମୃତ୍ୟୁ ଘଟିଛି ସେମାନେ କରୋନାରେ ଆକ୍ରାନ୍ତ ନଥିଲେ। ଦେଶରେ ଏଯାଏ କୌଣସି କରୋନା ଚିହ୍ନଟ ରୋଗୀଙ୍କର ମୃତ୍ୟୁ ହୋଇନି ବୋଲି ସେ କହିଛନ୍ତି।

କରୋନାର ଉପଚାର ପାଇଁ ଯେଉଁ ସବୁ ଗାଇଡ୍ ଲାଇନ୍ ଜାରି କରାଯାଇଛି ତାକୁ ପାଳନ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।

Related story