ଦିଲ୍ଲୀ ରାଜଭବନରେ ୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀ ଉପ ରାଜ୍ୟପାଳ ଅନୀଲ ବାଇଜଲଙ୍କ ବାସଭବନରେ ୪ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ଏହି ସୂଚନା ରାଜଭବନ ତରଫରୁ ସୂଚନା ମିଳିଛି। ପ୍ରଥମ ଥର ପାଇଁ ରାଜଭବନରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଖୋଜା ଚାଲିଥିବା ସୂଚନା ରହିଛି। ରାଜଭବନର ୪ ଜଣ କରୋନାରେ ଆକ୍ରାନ୍ତ ହେବା ପରେ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ସ୍କାନରରେ ରଖାଯାଇଛି। ଆଗାମୀ ଦିନରେ ଏସମସ୍ତଙ୍କର କରୋନା […]

coronavirus

Subhransu Sekhar
  • Published: Friday, 29 May 2020
  • , Updated: 29 May 2020, 03:50 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଉପ ରାଜ୍ୟପାଳ ଅନୀଲ ବାଇଜଲଙ୍କ ବାସଭବନରେ ୪ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ଏହି ସୂଚନା ରାଜଭବନ ତରଫରୁ ସୂଚନା ମିଳିଛି। ପ୍ରଥମ ଥର ପାଇଁ ରାଜଭବନରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଖୋଜା ଚାଲିଥିବା ସୂଚନା ରହିଛି। ରାଜଭବନର ୪ ଜଣ କରୋନାରେ ଆକ୍ରାନ୍ତ ହେବା ପରେ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ସ୍କାନରରେ ରଖାଯାଇଛି। ଆଗାମୀ ଦିନରେ ଏସମସ୍ତଙ୍କର କରୋନା ପରୀକ୍ଷା ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ୧୦୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ଅପରାହ୍ନ ସୁଦ୍ଧା ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ଟପିଥିବାବଳେ ଏବେ ୮,୪୭୦ ଜଣ ଚିକିତ୍ସାଧୀନ ରହିଛନ୍ତି। ୩୧୬ ଜଣଙ୍କର ଏଯାବତ କରୋନାରେ ମୃତ୍ୟୁ ହୋଇଥିବାବେଳେ ୭,୪୯୫ ଜଣ ଚିକିତ୍ସାଧୀନ ରହିଛନ୍ତି।

Related story