୪୦ ଜଣଙ୍କୁ ହତ୍ୟା କଲା ବୋକୋ ହାରାମ୍

ନିୟାମେ(ନାଇଜର): ନାଇଜେରିଆର ପୂର୍ବଞ୍ଚଳରେଥିବା ଲାମାନା ଓ ଇନଗୁଆମୈନା ଅଞ୍ଚଳର ୪୦ଜଣ ନାଗରିକଙ୍କୁ ହତ୍ୟା କରିଛି ଆତଙ୍କବାଦୀ ସଂଗଠନ ବୋକାହାରାମ। ଗୁରୁବାର ଭୋରରେ ଏହି କାଣ୍ଡ ଭିଆଇଛି ବୋକୋହାରାମ୍। ଏହି ସୂଚନା ଦେଇଛି ନାଇଜେରିଆ ସୀମାରେ ଥିବା ‘ଆନଫାନୀ’ ନାମକ ସ୍ଥାନୀୟ ରେଡିଓ ଷ୍ଟେସନ। ଏହି ରେଡିଓ ଷ୍ଟେସନର ସୂଚନା ମୁତାବକ ବୋକୋହାରାମର ଗୋଟିଏ ଘର ଉପରକୁ ଆଖିବୁଜା ଗୁଳି କରି ଥିଲେ। ପରେ ଉକ୍ତ ଘରେ ନିଆଁ ଲଗେଇଥିଲେ। ଫଳରେ ୪୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। […]

bokoharam

Rakesh Mallick
  • Published: Thursday, 18 June 2015
  • , Updated: 04 May 2017, 03:45 PM IST

ନିୟାମେ(ନାଇଜର): ନାଇଜେରିଆର ପୂର୍ବଞ୍ଚଳରେଥିବା ଲାମାନା ଓ ଇନଗୁଆମୈନା ଅଞ୍ଚଳର ୪୦ଜଣ ନାଗରିକଙ୍କୁ ହତ୍ୟା କରିଛି ଆତଙ୍କବାଦୀ ସଂଗଠନ ବୋକାହାରାମ। ଗୁରୁବାର ଭୋରରେ ଏହି କାଣ୍ଡ ଭିଆଇଛି ବୋକୋହାରାମ୍। ଏହି ସୂଚନା ଦେଇଛି ନାଇଜେରିଆ ସୀମାରେ ଥିବା ‘ଆନଫାନୀ’ ନାମକ ସ୍ଥାନୀୟ ରେଡିଓ ଷ୍ଟେସନ। ଏହି ରେଡିଓ ଷ୍ଟେସନର ସୂଚନା ମୁତାବକ ବୋକୋହାରାମର ଗୋଟିଏ ଘର ଉପରକୁ ଆଖିବୁଜା ଗୁଳି କରି ଥିଲେ। ପରେ ଉକ୍ତ ଘରେ ନିଆଁ ଲଗେଇଥିଲେ। ଫଳରେ ୪୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଆହୁରି ଅନେକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related story