ଦିନକରେ କରୋନା ନେଲା ୪୪୫ ଜୀବନ, ୪ ଲକ୍ଷ ୨୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପୁଣିଥରେ ଭାରତରେ ୧୪, ୮୨୧ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି କରୋନା ଗୋଟିଏ ଦିନରେ ୪୪୫ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୩,୬୯୯ରେ ପହଞ୍ଚି ଯାଇଛି। ମୋଟ ୪,୨୫,୨୮୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨,୩୭,୧୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବିଭିନ୍ନ ହସ୍ପିଟାଲରେ ୧,୭୪,୩୮୭ ଜଣ ଚିକିତ୍ସିତ ହେଉଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା […]

d

Hemant Lenka
  • Published: Monday, 22 June 2020
  • , Updated: 22 June 2020, 03:28 PM IST

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପୁଣିଥରେ ଭାରତରେ ୧୪, ୮୨୧ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି କରୋନା ଗୋଟିଏ ଦିନରେ ୪୪୫ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୩,୬୯୯ରେ ପହଞ୍ଚି ଯାଇଛି।

ମୋଟ ୪,୨୫,୨୮୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨,୩୭,୧୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବିଭିନ୍ନ ହସ୍ପିଟାଲରେ ୧,୭୪,୩୮୭ ଜଣ ଚିକିତ୍ସିତ ହେଉଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ କରୋନା ଆରୋଗ୍ୟ ହାର ବର୍ତ୍ତମାନ ୫୫.୭୭%କୁ ବୃଦ୍ଧି ପାଇଛି। କରୋନା ଯୋଗୁ କ୍ଷତିଗ୍ରସ୍ତ ରାଜ୍ୟର ତାଲିକାରେ ମହାରାଷ୍ଟ୍ର ୧ନଂ ସ୍ଥାନରେ ଥିବା ବେଳେ ତାମିଲନାଡୁକୁ ଅତିକ୍ରମ କରି ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ସେହିପରି ଭାରତ କ୍ଷତିଗ୍ରସ୍ତ ରାଷ୍ଟ୍ରର ୪ ନଂ ସ୍ଥାନରେ ରହିଛି।

ଦିଲ୍ଲୀ ସ୍ଥିତି ଖୁବକମ ଦିନ ମଧ୍ୟରେ ଜଟିଳ ହୋଇ ପଡ଼ିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରର ନିକଟତର ହୋଇଛି। ରବିବାର ଦିଲ୍ଲୀରେ ୩ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୯,୭୪୬ରେ ପହଞ୍ଚି ଯାଇଛି। ସେହିପରି ଏଠାରେ ୨୧୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩୦୧୩ ଜଣ ସୁସ୍ଥ ହୋଇଛନ୍ତି।

ମହାରାଷ୍ଟ୍ରରେ ୧,୩୨,୦୭୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୬୧୭୦ ଜଣଙ୍କ ମୁଣ୍ଡ ଗଡ଼ିଛି। ଏଠାରେ ୬୫,୭୪୪ ଜଣ ସୁସ୍ଥ ହୋଇଛନ୍ତି। ତାମିଲନାଡୁରେ ବି ସ୍ଥିତି ସଂଗୀନ ରହିଛି। ଏଠାରେ ୫୯,୩୭୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭୫୭ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୨,୭୫୪ ଜଣ ସୁସ୍ଥ ହୋଇଛନ୍ତି।

Related story