ମାତ୍ର ୧୧୬ ଟଙ୍କାରେ ୨୮ଜିବି ୪-ଜି ଡାଟା

ବିନା ଇଣ୍ଟରନେଟରେ ସ୍ମାର୍ଟ୍ ଫୋନ୍ କେବଳ ଖେଳନା ମାତ୍ର ।  ତେଣୁ ସମସ୍ତେ ସର୍ବଦା ନିଜ ଫୋନରେ ଇଣ୍ଟରନେଟ୍ କନେକ୍ସନ୍ ରଖିବାକୁ ଚାହାଁନ୍ତି ।  ତାହା ପୁଣି 24 ଘଣ୍ଟା ଅନଲାଇନ୍ ରହିବାକୁ ପଡୁଛି । କାରଣ ଆଜିକାଲି ଅଫିସ୍ କାମ ବି ସୋସିଆଲ୍ ମିଡିଆରେ ହେଉଛି , ତେଣୁ ଆମେ ଉପାୟ ଶୂନ୍ୟ । ତେଣୁ ଇଣ୍ଟରନେଟ କନେକ୍ସନ୍ ପାଇଁ କରିବାକୁ ପଡୁଛି ଅନେକ ଖର୍ଚ୍ଚ । ମୁଖ୍ୟତଃ ଷ୍ଟୁଡେଣ୍ଟ୍ ଓ କର୍ପୋରେଟ୍ କର୍ମଚାରୀମାନେ ଇଣ୍ଟରନେଟ୍ […]

INTERNET JPG-1

Rakesh Mallick
  • Published: Monday, 26 June 2017
  • , Updated: 26 June 2017, 03:58 PM IST

ବିନା ଇଣ୍ଟରନେଟରେ ସ୍ମାର୍ଟ୍ ଫୋନ୍ କେବଳ ଖେଳନା ମାତ୍ର ।  ତେଣୁ ସମସ୍ତେ ସର୍ବଦା ନିଜ ଫୋନରେ ଇଣ୍ଟରନେଟ୍ କନେକ୍ସନ୍ ରଖିବାକୁ ଚାହାଁନ୍ତି ।  ତାହା ପୁଣି 24 ଘଣ୍ଟା ଅନଲାଇନ୍ ରହିବାକୁ ପଡୁଛି । କାରଣ ଆଜିକାଲି ଅଫିସ୍ କାମ ବି ସୋସିଆଲ୍ ମିଡିଆରେ ହେଉଛି , ତେଣୁ ଆମେ ଉପାୟ ଶୂନ୍ୟ । ତେଣୁ ଇଣ୍ଟରନେଟ କନେକ୍ସନ୍ ପାଇଁ କରିବାକୁ ପଡୁଛି ଅନେକ ଖର୍ଚ୍ଚ । ମୁଖ୍ୟତଃ ଷ୍ଟୁଡେଣ୍ଟ୍ ଓ କର୍ପୋରେଟ୍ କର୍ମଚାରୀମାନେ ଇଣ୍ଟରନେଟ୍ କନେକ୍ସନ୍ ପାଇଁ ଅନେକ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଟେଲିକମ୍ କମ୍ପାନୀମାନଙ୍କର ପ୍ରତିଯୋଗିତା ମନବୃତ୍ତି ଏବେ ଗ୍ରାହକଙ୍କ ସମସ୍ୟାକୁ ଦୂର କରିଦେଇଛି । କିଏ ଫ୍ରି ଡାଟା ଦେଉଛି ତ କିଏ ଦାମ୍ କମେଇ ଦେଉଛି । ଏହି ପରିପ୍ରେକ୍ଷୀରେ ଟେଲିନର୍ କମ୍ପାନୀ ଗ୍ରାହକ ମାନଙ୍କ ପାଇଁ ଆଣିଛି ଦୁଇଟି ଧମାକାଦାର୍ ଅଫର୍ ।

(ପ୍ଲାନ୍-1) ୧୧୬ ଟଙ୍କାର ପ୍ଲାନ୍: ଏହି ପ୍ଲାନରେ ଆପଣଙ୍କୁ ୨୮ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୧ ଜିବି 4ଜି ଡାଟା ଓ ଟେଲିନର୍ ନେଟୱର୍କକୁ 28 ଦିନ ପର୍ଯ୍ୟନ୍ତ ଅନଲିମିଟେଡେ୍ ଭଏସ୍ କଲିଂ ମିଳିବ। ଏହାସହ ଏସଏମଏସ୍ ଏବଂ ରୋମିଂ ଫ୍ରି।

(ପ୍ଲାନ୍-2) ୧୪୬ ଟଙ୍କାର ପ୍ଲାନ୍:ଏହି ପ୍ଲାନରେ ଆପଣଙ୍କୁ 28 ଦିନ ପର୍ଯ୍ୟନ୍ତ ପ୍ରତିଦିନ 1 ଜିବି 4-ଜି ଡାଟା ସହ ସମସ୍ତ ନେଟ୍‌ୱର୍କକୁ ୨୮ ଦିନ ପର୍ଯ୍ୟନ୍ତ ଅନଲିମିଟେଡ୍ ଭଏସ୍ କଲ୍ ମିଳିବ। ଏବଂ ଏସଏମଏସ୍ ଓ ରୋମିଂ ମଧ୍ୟ ଫ୍ରି ମିଳିବ । ଏହାସହ ଅଲଗା ନେଟୱର୍କକୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର ଓ ଗୋଆରେ 400 ମିନିଟ୍ ଭଏସ୍ କଲ୍ ଫ୍ରି ରହିଥିବା ବେଳେ ବିହାର-ଝାଡଖଣ୍ଡ ଓ ୟୁପିରେ 300 ମିନିଟ୍ ଭଏସ୍ କଲ୍ ଫ୍ରି ରହିବ। ଏହି ଦୁଇଟି ପ୍ଲାନର ରିଚାର୍ଜ ଟେଲିନର କମ୍ପାନୀର ୱେବସାଇଟରେ କରିପାରିବେ। ସୂଚନା ଅନୁଯାୟୀ ଟେଲିନର୍ କମ୍ପାନୀ ବହୁତ୍ ଜଲଦି ଏୟାରଟେଲ୍ ସହ ହାତ ମିଳେଇବାକୁ ଯାଉଛି।

Related story