ଆତ୍ମନିର୍ଭରଶୀଳ ଭାରତର ୫ ସ୍ତମ୍ଭ ସମ୍ପର୍କରେ କହିଲେ ମୋଦି

ନୂଆଦିଲ୍ଲୀ: ଦେଶବାସୀଙ୍କୁ ଆଜି ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଛନ୍ତି। କରୋନା ବିପତ୍ତି ଆମକୁ ଆତ୍ମନିର୍ଭଶୀଳ ହେବାକୁ ସୁଯୋଗ ଦେଇଛି ଓ ଏହାର ଉପଯୋଗ କରିବା ଦରକାର ବୋଲି ମୋଦି କହିଛନ୍ତି। ଏହି ସମୟରେ ଆତ୍ମନିର୍ଭରଶୀଳ ଭାରତର ୫ଟି ସ୍ତମ୍ଭ କଥା କହିଛନ୍ତି। ଏହି ୫ ସ୍ତମ୍ଭକୁ ଆମକୁ ସଶକ୍ତ କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି। ଏହି ୫ ସ୍ତମ୍ଭ ହେଉଛି- ୧-ଅର୍ଥନୀତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

dds

Hemant Lenka
  • Published: Tuesday, 12 May 2020
  • , Updated: 12 May 2020, 09:30 PM IST

ନୂଆଦିଲ୍ଲୀ: ଦେଶବାସୀଙ୍କୁ ଆଜି ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଛନ୍ତି। କରୋନା ବିପତ୍ତି ଆମକୁ ଆତ୍ମନିର୍ଭଶୀଳ ହେବାକୁ ସୁଯୋଗ ଦେଇଛି ଓ ଏହାର ଉପଯୋଗ କରିବା ଦରକାର ବୋଲି ମୋଦି କହିଛନ୍ତି।

ଏହି ସମୟରେ ଆତ୍ମନିର୍ଭରଶୀଳ ଭାରତର ୫ଟି ସ୍ତମ୍ଭ କଥା କହିଛନ୍ତି। ଏହି ୫ ସ୍ତମ୍ଭକୁ ଆମକୁ ସଶକ୍ତ କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି।

ଏହି ୫ ସ୍ତମ୍ଭ ହେଉଛି-

୧-ଅର୍ଥନୀତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି କରିବାକୁ ପଡ଼ିବ। କେବଳ ଗତି ବଢ଼ାଇଲେ ହେବନାହିଁ ବରଂ ବଡ଼ବଡ଼ ଜମ୍ପ କରିବାକୁ ହେବ।

୨- ଭିତ୍ତିଭୂମି: ମୋଦି କହିଛନ୍ତି, ଦେଶରେ ଏଭଳି ଭିତ୍ତିଭୂମି ସୃଷ୍ଟି ହେବା ଦରକାର, ଯାହା ଆଧୁନିକ ହେବା ଉଚିତ ଏବଂ ଦେଶକୁ ଆଗକୁ ନେବା ପାଇଁ କାର୍ଯ୍ୟ କରିବା ଉଚିତ।

୩- ସିଷ୍ଟମ୍: ଆମକୁ ଏକ ସିଷ୍ଟମ୍ ସୃଷ୍ଟି କରିବାକୁ ପଡ଼ିବ ଯାହା ଦେଶର ଏକବିଂଶ ଶତାବ୍ଦୀର ସ୍ୱପ୍ନକୁ ପୂରଣ କରିବ।

୪- ଜନସଂଖ୍ୟା: ଆମ ଦେଶରେ ସବୁଠାରୁ ଅଧିକ ସଂଖ୍ୟକ ଯୁବକ ରହିଛନ୍ତି। ଏଠାରେ କୋଟି କୋଟି ଯୁବକ ଅଛନ୍ତି। ଏହି ଯୁବଗୋଷ୍ଠୀ ହେଉଛନ୍ତି, ଆମର ଶକ୍ତିର ଉତ୍ସ। ଏମାନଙ୍କ ସହାୟତାରେ ଆମ ଦେଶକୁ ଆଗକୁ ବଢ଼ିବ।

୫- ଚାହିଦା: ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱ ପାଇଁ ଏକ ବଜାର ଏବଂ ବୃହତ୍ତମ ଚାହିଦା କ୍ଷେତ୍ର ଅଟେ। ଏହାକୁ ସଠିକ୍ ଭାବରେ ବ୍ୟବହାର କରିବାର ଆବଶ୍ୟକ ରହିଛି।

Related story