ନକ୍ସଲ ହମ୍‌ଲା: ୫ ପୁଲିସ୍‌ ସହିଦ

ଜାମସେଦପୁର: ଝାରଖଣ୍ଡର ସରେଇକେଲା ଠାରେ ଆଜି ପୁଲିସ୍‌ କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଭୟଙ୍କର ହମ୍‌ଲା କରିଛନ୍ତି। ନକ୍ସଲଙ୍କ ଏହି ହମ୍‌ଲାରେ ୫ ଜଣ ପୁଲିସ୍‌ କର୍ମଚାରୀ ସହିଦ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ପୁଲିସ୍‌ ପକ୍ଷରୁ ସରେଇକେଲା ଠାରେ ଥିବା ଏକ ମାର୍କେଟ ନିକଟରେ ପ୍ୟାଟ୍ରୋଲିଂ କରାଯାଉଥିଲା। ଏହି ସମୟରେ ୨ ଜଣ ନକ୍ସଲ ସେମାନଙ୍କୁ ଘେରି ଯାଇ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ସରେଇକେଲା ଜିଲ୍ଲା ତୁରୁଲଡିହ ଅନ୍ତର୍ଗତ କୁକଡୁ ହାଟଟି ଝାରଖଣ୍ଡ ଓ […]

waqw

Hemant Lenka
  • Published: Friday, 14 June 2019
  • , Updated: 14 June 2019, 08:30 PM IST

ଜାମସେଦପୁର: ଝାରଖଣ୍ଡର ସରେଇକେଲା ଠାରେ ଆଜି ପୁଲିସ୍‌ କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଭୟଙ୍କର ହମ୍‌ଲା କରିଛନ୍ତି। ନକ୍ସଲଙ୍କ ଏହି ହମ୍‌ଲାରେ ୫ ଜଣ ପୁଲିସ୍‌ କର୍ମଚାରୀ ସହିଦ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ପୁଲିସ୍‌ ପକ୍ଷରୁ ସରେଇକେଲା ଠାରେ ଥିବା ଏକ ମାର୍କେଟ ନିକଟରେ ପ୍ୟାଟ୍ରୋଲିଂ କରାଯାଉଥିଲା। ଏହି ସମୟରେ ୨ ଜଣ ନକ୍ସଲ ସେମାନଙ୍କୁ ଘେରି ଯାଇ ଆଖିବୁଜା ଗୁଳିମାଡ଼ କରିଥିଲେ।

ଏହି ସରେଇକେଲା ଜିଲ୍ଲା ତୁରୁଲଡିହ ଅନ୍ତର୍ଗତ କୁକଡୁ ହାଟଟି ଝାରଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ରହିଛି। ନକ୍ସଲ ଦ୍ୱୟ ପୁଲିସ୍‌ କର୍ମଚାରୀଙ୍କ ଉପରେ ହମ୍‌ଲା କରିବା ପରେ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି। ନକ୍ସଲ ହମ୍‌ଲାର ଖବର ପାଇ ପୁଲିସ୍ ଅଧିକାରୀ ଓ ଏସପି ଘଟଣା ସ୍ଥଳରେ ପହଞ୍ଚିଥିଲେ। ତେବେ ସେତେବେଳକୁ ନକ୍ସଲମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜୋରାଦାର କରାଯାଇଛି।

ସହିଦଙ୍କ ମଧ୍ୟରେ ୨ ଜଣ ଏଏସ୍ଆଇ ଓ ୩ ଜଣ କନଷ୍ଟେବଲ ରହିଛନ୍ତି। ମୁଖ୍ୟମନ୍ତ୍ରୀ ରଘୁବୀର ଦାସ ଘଟଣାକୁ ନିନ୍ଦା କରିବା ସହ ପୁଲିସ୍‌ କର୍ମଚାରୀଙ୍କ ବଳିଦାନ ବୃଥା ଯିବନାହିଁ ବୋଲି କହିଛନ୍ତି।

ଅନ୍ୟଏକ ରିପୋର୍ଟ ଅନୁଯାୟୀ, ପୁଲିସ୍‌ କର୍ମଚାରୀମାନେ ପ୍ୟାଟ୍ରୋଲିଂ କରୁଥିବା ବେଳେ ୮ରୁ ୧୦ ଜଣ ନକ୍ସଲ ବାଇକ୍‌ ଯୋଗେ ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ପୁଲିସ୍‌ କର୍ମଚାରୀଙ୍କ ଉପରକୁ ଗୁଳି କରିଥିଲେ। ଘଟଣା ସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା।

Related story