ଆଜି ବାୟୁସେନାରେ ସାମିଲ ହେବ ରାଫେଲ୍, ହେବ ସର୍ବ ଧର୍ମ ପୂଜା

ନୂଆଦିଲ୍ଲୀ: ଆଜି ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ ହେବ ଲଢୁଆ ଯୁଦ୍ଧ ବିମାନ ରାଫେଲ୍ । ଏହାପରେ ରାଫେଲ ବିମାନକୁ ପାରମ୍ପରିକ ଢ଼ଙ୍ଗରେ ୱାଟର କ୍ୟାନନ ଦ୍ୱାରା ସଲାମୀ ଦିଆଯିବ । ସମାରୋହ ସମାପ୍ତ ହେବା ପରେ ବାୟୁସେନାର ସପ୍ତଦଶ ସ୍କ୍ୱାର୍ଡ଼ନ  ଅର୍ଥାତ GOLDEN ARROWSରେ ସାମିଲ ହେବ ଏହି ଶକ୍ତିଶାଳୀ ଫାଇଟର ପ୍ଲେନ୍ । ଅମ୍ବାଲା ଏୟାରବେସ୍‌ରେ ଆଜି ସକାଳ ୧୦ଟା ବେଳେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଙ୍କ ସହ ଫ୍ରାନ୍ସ […]

rafel

rafel

Niharika Rout
  • Published: Thursday, 10 September 2020
  • Updated: 10 September 2020, 11:09 AM IST

Sports

Latest News

ନୂଆଦିଲ୍ଲୀ: ଆଜି ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ ହେବ ଲଢୁଆ ଯୁଦ୍ଧ ବିମାନ ରାଫେଲ୍ । ଏହାପରେ ରାଫେଲ ବିମାନକୁ ପାରମ୍ପରିକ ଢ଼ଙ୍ଗରେ ୱାଟର କ୍ୟାନନ ଦ୍ୱାରା ସଲାମୀ ଦିଆଯିବ । ସମାରୋହ ସମାପ୍ତ ହେବା ପରେ ବାୟୁସେନାର ସପ୍ତଦଶ ସ୍କ୍ୱାର୍ଡ଼ନ  ଅର୍ଥାତ GOLDEN ARROWSରେ ସାମିଲ ହେବ ଏହି ଶକ୍ତିଶାଳୀ ଫାଇଟର ପ୍ଲେନ୍ ।

ଅମ୍ବାଲା ଏୟାରବେସ୍‌ରେ ଆଜି ସକାଳ ୧୦ଟା ବେଳେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଙ୍କ ସହ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।  ସିଡିଏସ୍ ବିପିନ ରାୱତ, ବାୟୁ ସେନା ମୁଖ୍ୟ ଆର୍କେଏସ୍ ଭଦୋରିଆ ,ପ୍ରତିରକ୍ଷା ସଚିବ ଅଜୟ କୁମାର୍, ଡିଆରଡିଓ ମୁଖ୍ୟ ଜି ସତୀଶ ରେଡ୍ଡୀଙ୍କ ସମେତ ବାୟୁ ସେନାର ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।

ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ରାଫେଲ ବିମାନ  ଜୁଲାଇ ୨୭ ତାରିଖରେ ଫ୍ରାନ୍ସରୁ ଆସି ଅମ୍ବାଲାସ୍ଥିତ ବାୟୁସେନା ଘାଟିଠାରେ ପହଞ୍ଚିଥିଲା ।  ଆଜି  ନିୟମ ଅନୁସାରେ ସର୍ବ ଧମ ପୂଜା କରାଯିବ। ପରେ ଏହାକୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁ ସେନାରେ ସାମିଲ କରାଯିବ ।  ଏହି ଅବସରରେ ରାଫେଲ ବିମାନ ବିଭିନ୍ନ ପ୍ରକାର ଉଡାଣ ପ୍ରଦର୍ଶନ କରିବ ।  ଏହାପରେ ଉଭୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ ।

ଅକ୍ଟୋବରରେ ଭାରତକୁ ଆଉ ୩ରୁ ୪ଟି ରାଫେଲ୍ ଜେଟ୍ ମିଳିବ। ଏହାପରେ ଡିସେମ୍ବରରେ ତୃତୀୟ ପର୍ଯ୍ୟାୟରେ ଫ୍ରାନ୍ସରୁ ଭାରତକୁ ଆସିବ ରାଫଲ୍ । ଏହି ପରି ଭାବେ ଆସନ୍ତା ୨୦୨୧ ସୁଦ୍ଧା ଭାରତକୁ ଫ୍ରାନ୍ସର ଦାସୋ କଂପାନୀ ମୋଟ୍ ୩୬ଟି ଫାଇଟର ଜେଟ୍ ଯୋଗାଇବ । ଏହି ଅତ୍ୟାଧୁନିକ ଫାଇଟର ଜେଟ୍ ବାୟୁସେନାର ଶକ୍ତି ଓ ପରାକ୍ରମକୁ ବହୁଗୁଣିତ କରିବ। ଏହି ୩୬ଟି ରେଫେଲ ଜେଟ୍ ଆଣିବାକୁ ୫୯ ହଜାର କୋଟି ଟଙ୍କାର ଚୁକ୍ତି ହୋଇଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos