ଅନୁପ୍ରବେଶ ପାଇଁ ପିଓକେରେ ଅପେକ୍ଷା କରିଛନ୍ତି ୫୦୦ ଆତଙ୍କୀ!

ଶ୍ରୀନଗର: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)କୁ ଲାଗିଥିବା ଅନ୍ତର୍ଜାତୀୟ ସୀମାରେ ଥିବା ବିଭିନ୍ନ ଆତଙ୍କବାଦୀ କ୍ୟାମ୍ପଗୁଡ଼ିକ ସକ୍ରିୟ ହେବାରେ ଲାଗିଛନ୍ତି। ଏହି କ୍ୟାମ୍ପ ଗୁଡ଼ିକରେ ପ୍ରାୟ ୫୦୦ ଜଣ ଆତଙ୍କବାଦୀ ରହିଛନ୍ତି। ଭାରତରେ ଅନୁପ୍ରବେଶ କରି ବଡ଼ଧରଣ ହିଂସାକାଣ୍ଡ ଘଟାଇବାକୁ ଏମାନେ ଯୋଜନା କରୁଥିବା ଆଜି ନର୍ଥନ କମାଣ୍ଡ ମୁଖ୍ୟ ଲେଫ୍ଟଟାଣ୍ଟ ଜେନେରାଲ ରଣବୀର ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଥିସହ ଜମ୍ମୁ-କଶ୍ମୀରର କିଛି ସ୍ଥାନରେ ୨୦୦ରୁ ୩୦୦ ଆତଙ୍କବାଦୀ ପାକିସ୍ତାନ ସମର୍ଥନରେ ହିଂସାକାଣ୍ଡ ଘଟାଇବାକୁ ଉଦ୍ୟମ […]

ssdf

Hemant Lenka
  • Published: Friday, 11 October 2019
  • , Updated: 11 October 2019, 06:13 PM IST

ଶ୍ରୀନଗର: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)କୁ ଲାଗିଥିବା ଅନ୍ତର୍ଜାତୀୟ ସୀମାରେ ଥିବା ବିଭିନ୍ନ ଆତଙ୍କବାଦୀ କ୍ୟାମ୍ପଗୁଡ଼ିକ ସକ୍ରିୟ ହେବାରେ ଲାଗିଛନ୍ତି। ଏହି କ୍ୟାମ୍ପ ଗୁଡ଼ିକରେ ପ୍ରାୟ ୫୦୦ ଜଣ ଆତଙ୍କବାଦୀ ରହିଛନ୍ତି। ଭାରତରେ ଅନୁପ୍ରବେଶ କରି ବଡ଼ଧରଣ ହିଂସାକାଣ୍ଡ ଘଟାଇବାକୁ ଏମାନେ ଯୋଜନା କରୁଥିବା ଆଜି ନର୍ଥନ କମାଣ୍ଡ ମୁଖ୍ୟ ଲେଫ୍ଟଟାଣ୍ଟ ଜେନେରାଲ ରଣବୀର ସିଂହ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏଥିସହ ଜମ୍ମୁ-କଶ୍ମୀରର କିଛି ସ୍ଥାନରେ ୨୦୦ରୁ ୩୦୦ ଆତଙ୍କବାଦୀ ପାକିସ୍ତାନ ସମର୍ଥନରେ ହିଂସାକାଣ୍ଡ ଘଟାଇବାକୁ ଉଦ୍ୟମ କରୁଛନ୍ତି। ଏହି ଆତଙ୍କବାଦୀମାନେ ପାକିସ୍ତାନରୁ ଆସି ଏଠାରେ ପୂର୍ବରୁ ରହିଥିବା ସେମାନଙ୍କ ସହଯୋଗୀଙ୍କ ସହ ସାମିଲ ହୋଇଛନ୍ତି। ସେହିପରି ଆଉ ୫୦୦ ଆତଙ୍କବାଦୀମାନେ ପିଓକେର ବିଭିନ୍ନ କ୍ୟାମ୍ପରେ ଅନୁପ୍ରବେଶ ପାଇଁ ଅପେକ୍ଷା କରି ରହିଛନ୍ତି।

ସେମାନଙ୍କ ତାଲିମର କାର୍ଯ୍ୟସୂଚୀ ଅନୁଯାୟୀ ଆତଙ୍କୀଙ୍କ ସଂଖ୍ୟା ମଧ୍ୟ ବଦଳିବାରେ ଲାଗିଛି। ଆମେ ଏଠାରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛୁ। ହେଲେ ପାକିସ୍ତାନ ଜମ୍ମୁ-କଶ୍ମୀରର ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ କରୁଛି। ଏବେ ବି ପାକିସ୍ତାନ ସେନା ଓ ଏହାର ଅନ୍ୟ କିଛି ସଂସ୍ଥାମାନେ ନିଜ ଦେଶରେ ଆତଙ୍କୀଙ୍କ ପାଇଁ ଭିତ୍ତିଭୂମି ନିର୍ମାଣ କରୁଛନ୍ତି।

ଆତଙ୍କବାଦୀଙ୍କ ପାଇଁ ଲଞ୍ଚ ପ୍ୟାଡ୍ ନିର୍ମାଣକୁ ଉଦାହରଣ ଭାବେ ନିଆଯାଇ ପାରେ। ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ସର୍ବଦା ଅସ୍ତ୍ରବିରତି ଉଲ୍ଲଙ୍ଘନ ସହ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେଉଛି। ତେବେ ଭାରତୀୟ ସେନା ପାକିସ୍ତାନର ସମସ୍ତ ପ୍ରକାରର ଉଦ୍ୟମକୁ ଭଣ୍ଡୁର କରିବା ପାଇଁ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି।

Related story