୨୫ ହଜାର କୋଟି ଜମି ଘୋଟାଲାର ତଦନ୍ତ କରିବ ସିବିଆଇ

ଶ୍ରୀନଗର: ସିବିଆଇ ରୋଶନୀ ଲ୍ୟାଣ୍ଡ ସ୍କାମ୍ ମାମଲାର ତଦନ୍ତ କରିବ। ୨୦ ବର୍ଷ ତଳେ ହୋଇଥିବା ଏହି ଜମି କିଣାବିକାରେ ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ମୋଟ୍ ୨୫ ହଜାର କୋଟି ଟଙ୍କାର ଏହି ଦୁର୍ନୀତି ବୋଲି ଏକ ସରକାରୀ ସର୍ଭେରୁ ଜଣାପଡ଼ିଛି। ଏହି ଦୁର୍ନୀତିରେ ଜମ୍ମୁ କଶ୍ମୀରର ନ୍ୟାଶନାଲ କନଫରେନସ, ପିଡିବି ଏବଂ କଂଗ୍ରେସ ନେତାଙ୍କ ନାଁ ରହିଥିବା ଜଣାପଡ଼ିଛି। ଏହି ତାଲିକାରେ ପୂର୍ବତନ ମନ୍ତ୍ରୀଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁମାନେ ନିଜ ପରିବାର ନାମରେ ଜମି […]

cbI

Subhransu Sekhar
  • Published: Monday, 23 November 2020
  • , Updated: 23 November 2020, 10:14 PM IST

ଶ୍ରୀନଗର: ସିବିଆଇ ରୋଶନୀ ଲ୍ୟାଣ୍ଡ ସ୍କାମ୍ ମାମଲାର ତଦନ୍ତ କରିବ। ୨୦ ବର୍ଷ ତଳେ ହୋଇଥିବା ଏହି ଜମି କିଣାବିକାରେ ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ମୋଟ୍ ୨୫ ହଜାର କୋଟି ଟଙ୍କାର ଏହି ଦୁର୍ନୀତି ବୋଲି ଏକ ସରକାରୀ ସର୍ଭେରୁ ଜଣାପଡ଼ିଛି। ଏହି ଦୁର୍ନୀତିରେ ଜମ୍ମୁ କଶ୍ମୀରର ନ୍ୟାଶନାଲ କନଫରେନସ, ପିଡିବି ଏବଂ କଂଗ୍ରେସ ନେତାଙ୍କ ନାଁ ରହିଥିବା ଜଣାପଡ଼ିଛି। ଏହି ତାଲିକାରେ ପୂର୍ବତନ ମନ୍ତ୍ରୀଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁମାନେ ନିଜ ପରିବାର ନାମରେ ଜମି କିଣିଥିଲେ। ଆଗକୁ ଜମ୍ମୁ କଶ୍ମୀରରେ ଜିଲ୍ଲା ପରିଷଦ ନିର୍ବାଚନ ରହିଥିବା ବେଳେ ସିବିଆଇ ତଦନ୍ତ ଦୁର୍ନୀତିରେ ସାମିଲ୍ ଥିବା ନେତାଙ୍କ ପାଇଁ ଚିନ୍ତା ବଢ଼ାଇଛି।

୨୦ ବର୍ଷ ପୂର୍ବେ କରାଯାଇଥିବା ଏକ ସରକାରୀ ସର୍ଭେ ଅନୁଯାୟୀ ଜମ୍ମୁ କଶ୍ମୀରରେ ୨୦,୬୪,୭୯୨ କେନାଲ ଜମି ବେଆଇନ ଭାବେ ଦଖଲ କରାଯାଇଥିଲା। ତତ୍କାଳୀନ ସରକାର ଏହି ଦଖଲକୁ ହଟାଇବା ପରିବର୍ତ୍ତେ ଲୋକଙ୍କୁ ଏହି ଜମିର ମାଲିକାନା ଅଧିକାର ଦେବା ପାଇଁ ରୋଶନି ଆଇନ ପ୍ରଣୟନ କରିଥିଲେ।

ନଭେମ୍ୱର ୨୦୦୧ରେ ଏହି ଆଇନ୍ ପ୍ରଣୟନ କରାଯାଇଥିଲା। ମାର୍ଚ୍ଚ ୨୦୦୨ରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା କୃଷି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟରେ ଚାଲୁଥିବା ବିଦ୍ୟୁତ୍ ପ୍ରକଳ୍ପଗୁଡିକ ସଂପୂର୍ଣ୍ଣ କରିବା ପାଇଁ ପାଣ୍ଠି ସଂଗ୍ରହ କରିବା। ହେଲେ ଏହି ଯୋଜନାର ଉଦ୍ଦେଶ୍ୟ ବିଫଳ ହୋଇଥିଲା।

ଜମ୍ମୁ କଶ୍ମୀର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସିବିଆଇ ଏହି ଘଟଣାର ତଦନ୍ତ କରୁଛି। ଏହି ସ୍କାମରେ ଜଡିତ ଅନେକ ଲୋକଙ୍କ ନାମ ସାମ୍ନାକୁ ଆସିଛି। ଏହି ତାଲିକାରେ ବହୁ ବରିଷ୍ଠ ନେତା ଏବଂ ପୂର୍ବତନ ମନ୍ତ୍ରୀଙ୍କ ନାମ ମଧ୍ୟ ରହିଛି।

Related story