ଗୋଟିଏ ଦିନରେ ୫,୨୪୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ସାଂଘାତିକ ହେଉଛି କରୋନା। ଆଜି ଗୋଟିଏ ଦିନରେ ୫,୨୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୫୭ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୬,୧୬୯ ଛୁଇଁଛି। ଏବେ ମୋଟ୍ ୫୬, ୩୧୬ ଜଣ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ଦିନରେ ଅଧିକ ହୋଇଛି, ଏହାରି ଭିତରେ ଏକ ଆଶ୍ୱସ୍ତିକର ଖବର ରହିଛି। ଆଜି ଗୋଟିଏ ଦିନରେ ୨୭୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଦେଶରେ […]

corona-patient

Subhransu Sekhar
  • Published: Monday, 18 May 2020
  • , Updated: 18 May 2020, 10:53 PM IST

ନୂଆଦିଲ୍ଲୀ: ଦେଶରେ ସାଂଘାତିକ ହେଉଛି କରୋନା। ଆଜି ଗୋଟିଏ ଦିନରେ ୫,୨୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୫୭ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୬,୧୬୯ ଛୁଇଁଛି। ଏବେ ମୋଟ୍ ୫୬, ୩୧୬ ଜଣ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ଦିନରେ ଅଧିକ ହୋଇଛି, ଏହାରି ଭିତରେ ଏକ ଆଶ୍ୱସ୍ତିକର ଖବର ରହିଛି। ଆଜି ଗୋଟିଏ ଦିନରେ ୨୭୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଦେଶରେ ଆରୋଗ୍ୟ ହାର ୩୦ ପ୍ରତିଶତରୁ ବଢ଼ି ୩୮.୨୯ ପ୍ରତିଶତ ଛୁଇଁଛି। ଏବେ ମୋଟ୍ ୩୬,୮୨୩ ଜଣ ସୁସ୍ଥ ହୋଇଛନ୍ତି।

୨୪ ଘଣ୍ଟାରେ ୧୫୭ ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିବାବେଳେ ମୋଟ୍ ୩,୦୨୯ ଜଣଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି।

Related story