୨୪ ଘଣ୍ଟାରେ ୫୪ ସିଆଇଏସଏଫ ଯବାନ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ଅତିକ୍ରମ କରିଛି। ଆକ୍ରାନ୍ତଙ୍କ ମଧ୍ୟରେ ଡାକ୍ତର, ପୁଲିସ ଓ ଯବାନ ମଧ୍ୟ ରହିଛନ୍ତି। ଏଯାବତ ବିମାନ ବନ୍ଦରରେ ନିୟୋଜିତ ଥିବା ସିଆଇଏସଏଫର ୧୧୪ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି। ୨୪ ଘଣ୍ଟାରେ ୫୪ ଜଣ ସିଆଇଏସଫ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ସୁଦ୍ଧା ସିଆଇଏସଏଫ ଯବାନଙ୍କ ଆକ୍ରାନ୍ତ ସଂଖ୍ୟା ଥିଲା ୬୮। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ କୋଲକାତା ଓ ମୁମ୍ୱାଇ ବିମାନ ବନ୍ଦରରେ ନିୟୋଜିତ […]

CISF CORONA

CISF CORONA

Subhransu Sekhar
  • Published: Wednesday, 13 May 2020
  • Updated: 13 May 2020, 02:33 PM IST

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ଅତିକ୍ରମ କରିଛି। ଆକ୍ରାନ୍ତଙ୍କ ମଧ୍ୟରେ ଡାକ୍ତର, ପୁଲିସ ଓ ଯବାନ ମଧ୍ୟ ରହିଛନ୍ତି। ଏଯାବତ ବିମାନ ବନ୍ଦରରେ ନିୟୋଜିତ ଥିବା ସିଆଇଏସଏଫର ୧୧୪ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି। ୨୪ ଘଣ୍ଟାରେ ୫୪ ଜଣ ସିଆଇଏସଫ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ସୁଦ୍ଧା ସିଆଇଏସଏଫ ଯବାନଙ୍କ ଆକ୍ରାନ୍ତ ସଂଖ୍ୟା ଥିଲା ୬୮। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ କୋଲକାତା ଓ ମୁମ୍ୱାଇ ବିମାନ ବନ୍ଦରରେ ନିୟୋଜିତ ଥିଲେ। ଏବେ ଏହି ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ପରିବାର ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି।

ସୂଚନାଯୋଗ୍ୟ, ଦିଲ୍ଲୀ ସିଆଇଏସଏଫର ୩୧ ଜଣ ଯବାନ ଏଯାବତ ଆକ୍ରାନ୍ତ ହୋଇଥିବା ବେଳେ ଗ୍ରେଟର ନୋଏଡାର ୨ ଯବାନ ଆକ୍ରାନ୍ତ ରହିଛନ୍ତି। ସେହିପରି ମୁମ୍ୱାଇର ୩୨, କୋଲକାତାର ୩୯, ଅହମଦାବାଦର ୫ ଜଣ ସିଆଇଏସଏଫ ଯବାନ ଆକ୍ରାନ୍ତ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୫୨୫ ଜଣ କରୋନାରେ ଆକ୍ରାନ୍ତ ହେବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ଅତିକ୍ରମ କରିଛି। ଭାରତ ଏହି ସଂଖ୍ୟା ଛୁଇଁବା ପରେ ଭାରତ କାନାଡାକୁ ଟପିଛି। ଭାରତ ଆଗରେ ଚୀନ୍ ରହିଛି। ଭାରତ ସମେତ ୨୧୦ଟି ଦେଶରେ କରୋନା ମହାମାରୀ ବ୍ୟାପିଛି। ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ପାଖାପାଖି ରହିଥିବା ବେଳେ ଗତ ୨୪ ଘଣ୍ଟାରେ ୧୨୨ ଜଣଙ୍କର ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ସଂଖ୍ୟା ଅନୁସାରେ ବିଶ୍ୱରେ ସବୁଠାରୁ ପ୍ରଭାବିତ ହୋଇଥିବା ଦେଶ ତାଲିକାରେ ଏବେ ଭାରତର ସ୍ଥାନ ୧୨ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos