ମହାରାଷ୍ଟ୍ରରେ ୫ ହଜାର ଓ ଦିଲ୍ଲୀରେ ୨ ହଜାରରୁ ଅଧିକ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶର ଦୁଇ ପ୍ରମୁଖ ସ୍ଥାନ ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳନ ହେବାରେ ଲାଗିଛି। ଆଜି ପୁଣିଥରେ ଦୁଇ ରାଜ୍ୟରେ ପ୍ରାୟ ୮ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ସରକାର ଦେଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୫୩୭ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୮୦ ହଜାର ପାର କରିଛି। ୧,୮୦,୨୯୮ ଜଣ ସଂକ୍ରମିତଙ୍କ ମଧ୍ୟରୁ ୯୩,୧୫୪ […]

c

Hemant Lenka
  • Published: Wednesday, 01 July 2020
  • , Updated: 01 July 2020, 09:43 PM IST

ନୂଆଦିଲ୍ଲୀ: ଦେଶର ଦୁଇ ପ୍ରମୁଖ ସ୍ଥାନ ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳନ ହେବାରେ ଲାଗିଛି। ଆଜି ପୁଣିଥରେ ଦୁଇ ରାଜ୍ୟରେ ପ୍ରାୟ ୮ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ମହାରାଷ୍ଟ୍ର ସରକାର ଦେଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୫୩୭ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୮୦ ହଜାର ପାର କରିଛି। ୧,୮୦,୨୯୮ ଜଣ ସଂକ୍ରମିତଙ୍କ ମଧ୍ୟରୁ ୯୩,୧୫୪ ଜଣ ସୁସ୍ଥ ହୋଇଛନ୍ତି। ୨୪ ଘଣ୍ଟାରେ ୨୨୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସରକାର କହିଛନ୍ତି।

ରାଜ୍ୟରେ ଆଉ ୧୯୮ ଜଣ କରୋନା ଯୋଗୁ ମୃତ୍ୟୁବରଣ କରିଥିବା ତାଲିକାରେ ସ୍ଥାନ ପାଇଛନ୍ତି। ୨୪ ଘଣ୍ଟାରେ ୧୨୯ ଜଣ ଓ ପୂର୍ବରୁ ପ୍ରାଣ ହରାଇଥିବା ଆଉ ୬୯ ଜଣଙ୍କୁ କରୋନା ଜନିତ ମୃତ୍ୟୁ ତାଲିକାରେ ସାମିଲ କରାଯାଉଛି। ଏମାନେ ପୂର୍ବରୁ ପ୍ରାଣ ହରାଇଥିଲେ ହେଁ ସେମାନଙ୍କୁ ତାଲିକାରେ ସାମିଲ କରାଯାଇ ନଥିଲା। ଏହାକୁ ମିଶାଇ ରାଜ୍ୟରେ କରୋନା ଏଯାଏ ୮୦୫୩ ଜଣଙ୍କ ମୁଣ୍ଡ ନେଲାଣି।

ଅନ୍ୟପକ୍ଷରେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୪୪୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି କରୋନା ୬୧ ଜଣଙ୍କ ଜୀବନ ନେଇଛି। ଦିଲ୍ଲୀରେ ଏଯାଏ ମୋଟ ୮୯, ୮୦୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୫୯,୯୯୨ ଜଣ ସୁସ୍ଥ ହୋଇଛନ୍ତି ଓ ୨୮୦୩ ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଆକ୍ଟିଭ କେସ ୨୭,୦୦୭ ରହିଛି।

Related story