୨୪ ଘଣ୍ଟାରେ ଦେଶରେ ଗଲା ୨୦ ଜୀବନ, ୫୯୧ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ମଙ୍ଗଳବାର ତୁଳନାରେ ବୁଧବାର କମ ସଂଖ୍ୟକ ଲୋକ କରୋନା ଯୋଗୁ ପ୍ରାଣ ହରାଇଥିଲେ ହେଁ କରୋନା ବିପଦ ଦେଶରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ କରୋନା ଯୋଗୁ ଆଉ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ ଏଯାଏ କରୋନା ଯୋଗୁ ୧୬୯ ଜଣଙ୍କ ଜୀବନ ଯାଇ ସାରିଲାଣି। ସେହିପରି ୫୯୧ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ କରୋନା ରୋଗୀଙ୍କ […]

rcd

Hemant Lenka
  • Published: Thursday, 09 April 2020
  • , Updated: 09 April 2020, 06:41 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ମଙ୍ଗଳବାର ତୁଳନାରେ ବୁଧବାର କମ ସଂଖ୍ୟକ ଲୋକ କରୋନା ଯୋଗୁ ପ୍ରାଣ ହରାଇଥିଲେ ହେଁ କରୋନା ବିପଦ ଦେଶରେ ବଢ଼ିବାରେ ଲାଗିଛି।

ଗତ ୨୪ ଘଣ୍ଟାରେ ଦେଶରେ କରୋନା ଯୋଗୁ ଆଉ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ ଏଯାଏ କରୋନା ଯୋଗୁ ୧୬୯ ଜଣଙ୍କ ଜୀବନ ଯାଇ ସାରିଲାଣି। ସେହିପରି ୫୯୧ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୫୮୬୫ରେ ପହଞ୍ଚି ଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆକ୍ରାନ୍ତଙ୍କ ମଧ୍ୟରୁ ୪୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମଙ୍ଗଳବାର ଦେଶରେ ୩୨ ଜଣଙ୍କ ମୁଣ୍ଡ କରୋନା ଯୋଗୁ ଯାଇଥିବା ବେଳେ ୭୭୩ ଜଣ ଆକ୍ରାନ୍ତ ହୋଇଥିଲେ।

ଆଜି ଏକାଧିକ ରାଜ୍ୟରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପୁଣେରେ ଆଜି ୩ ଜଣ ପ୍ରାଣ ହରାଇଛନ୍ତି। ଇନ୍ଦୋରରେ ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ କରୋନା ଯୋଗୁ ଯାଇଛି। ସ୍ଥାନୀୟ ସରକାରଙ୍କ କହିବା ଅନୁଯାୟୀ ଜମ୍ମୁ-କଶ୍ମୀରରେ ଆଜି ୨୪ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।

ନୋଏଡାରେ ୩ ଜଣ ଓ ଗୌତମ ବୁଦ୍ଧ ନଗରରେ ମଧ୍ୟ ୩ ଜଣ ନୂଆ କରୋନା ରୋଗୀ ଠାବ ହୋଇଛନ୍ତି। ଉତ୍ତର ପ୍ରଦେଶରେ ବି ୬୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ପଞ୍ଜାବ ସରକାର ଆଉ ୨୪ ଜଣଙ୍କ ଶରୀରରେ କରୋନା ଠାବ ହୋଇଥିବା କହିଛନ୍ତି। ହେଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତାଲିକାରେ ଏହାକୁ ସ୍ଥାନ ଦିଆଯାଇନାହିଁ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କରୋନା ଦ୍ୱାରା ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୫ ଥିବା ବେଳେ ୭୭ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।

ଆନ୍ଧ୍ର ପ୍ରଦେଶରେ ୩୪୮, ଦିଲ୍ଲୀରେ ୬୬୯, ଗୁଜରାଟରେ ୧୭୯, ହରିଆଣାରେ ୧୬୯, ଜମ୍ମୁ-କଶ୍ମୀରରରେ ୧୫୮, କର୍ଣ୍ଣାଟକାରେ ୧୮୧, କେରଳରେ ୩୪୫, ମଧ୍ୟପ୍ରଦେଶରେ ୨୫୯, ପଞ୍ଜାବରେ ୧୦୧, ରାଜସ୍ଥାନରେ ୩୮୩, ତାମିଲନାଡୁରେ ୭୩୮, ତେଲେଙ୍ଗାନାରେ ୪୪୨, ଉତ୍ତର ପ୍ରଦେଶରେ ୪୧୦ ଓ ପଶ୍ଚିମବଙ୍ଗରେ ୧୦୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଥିଲେ ହେଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତାଲିକାରେ ଏହା ୪୨ ରହିଛି।

Related story