୬.୩ ତୀବ୍ରତାର ଭୂକମ୍ପ ପରେ ଲୋକେ ଆତଙ୍କିତ

ଟୋକିଓ: ଉତ୍ତର ପୂର୍ବ ଜାପାନର ଆଓମୋରି ପ୍ରିଫିକଚରଠାରେ ଆଜି ବଡ଼ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରହିଥିବା କୁହାଯାଇଛି। ଭୂମ୍ପକ ଝଟକା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଏଯାଏ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନଥିଲେ ହେଁ ଲୋକମାନେ ଦୀର୍ଘ ସମୟ ଧରି ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସ୍ଥାନୀୟ ସମୟ ଭୋର ୨.୨୩ ମିନିଟ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଲୋକମାନେ ଘରେ […]

tg

Hemant Lenka
  • Published: Monday, 21 December 2020
  • , Updated: 21 December 2020, 08:31 AM IST

ଟୋକିଓ: ଉତ୍ତର ପୂର୍ବ ଜାପାନର ଆଓମୋରି ପ୍ରିଫିକଚରଠାରେ ଆଜି ବଡ଼ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରହିଥିବା କୁହାଯାଇଛି। ଭୂମ୍ପକ ଝଟକା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଏଯାଏ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନଥିଲେ ହେଁ ଲୋକମାନେ ଦୀର୍ଘ ସମୟ ଧରି ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସ୍ଥାନୀୟ ସମୟ ଭୋର ୨.୨୩ ମିନିଟ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଲୋକମାନେ ଘରେ ଶୋଇଥିବା ବେଳେ ଏଭଳି ଘଟଣା ଘଟିଥିଲା। ତଥାପି ଝଟକା ଏତେ ଜୋରରେ ଲାଗିଥିଲା ଯେ କିଛି ଲୋକ ନିଦରେ ଥିବା ବେଳେ ବି ଘର ବାହାରକୁ ଦୌଡ଼ି ଚାଲି ଆସିଥିଲେ।

ସେହିପରି ୬.୩ ତୀବ୍ରତାର ଭୂକମ୍ପ ପରେ ଆଉ କିଛି ଛୋଟ ଛୋଟ କମ୍ପନ ମଧ୍ୟ ଅନୁଭୂତ ହୋଇଥିବା କୁହାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭୂକମ୍ପ ପରେ ଏଯାଏ କୌଣସି ପ୍ରକାରର ସୁନାମି ଆଲର୍ଟ ଜାରି କରାଯାଇନାହିଁ।

Related story