ବିଷାକ୍ତ ମଦ ନେଲା ୬ ଜୀବନ, ଯୋଗୀଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ଗୋଟିଏ ଗାଁରେ ବିଷାକ୍ତ ମଦର ବିଭୀଷିକା ଦେଖିବାକୁ ମିଳିଛି। ନକଲି ଓ ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ହସ୍ପିଟାଲରେ ଆଡମିଟ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉତ୍ତର ପ୍ରଦେଶରେ କ୍ଷମତାସୀନ ଯୋଗୀ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସୂଚନା […]

h

Hemant Lenka
  • Published: Saturday, 21 November 2020
  • , Updated: 21 November 2020, 03:31 PM IST

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ଗୋଟିଏ ଗାଁରେ ବିଷାକ୍ତ ମଦର ବିଭୀଷିକା ଦେଖିବାକୁ ମିଳିଛି। ନକଲି ଓ ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ହସ୍ପିଟାଲରେ ଆଡମିଟ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉତ୍ତର ପ୍ରଦେଶରେ କ୍ଷମତାସୀନ ଯୋଗୀ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।

ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଅମିଲିଆ ଗାଁର କିଛି ଲୋକ ସ୍ଥାନୀୟ ଦୋକାନରୁ ମଦ ଆଣି ପିଇଥିଲେ। ମଦ ପିଇବାର କିଛି ସମୟରେ ଅଧିକାଂଶ ଲୋକ ଅସୁସ୍ଥତା ଅନୁଭବ କରିଥିଲେ। ଅସୁସ୍ଥ ଲୋକଙ୍କୁ ହସ୍ପିଟାଲ ନିଆ ଯାଇଥିଲେ ହେଁ ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଆଉ ୧୫ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି। ମୃତ୍ୟୁ ଖବର ପ୍ରଚାର ହେବା ପରେ ମଦ ବିକ୍ରି କରିଥିବା ସ୍ୱାମ-ସ୍ତ୍ରୀ ହଠାତ୍‌ ଫେରାର ହୋଇଯାଇଥିଲେ। କିନ୍ତୁ ପୁଲିସ୍‌ ଉଭୟଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟ୍ରେଟ ଭାନୁ ଚନ୍ଦ୍ର ଗୋସ୍ୱାମୀ କହିଛନ୍ତି, ମୃତ୍ୟୁର ପ୍ରକୃତକାରଣ ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ।

ସେହିପରି ମଦର ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି। ଜିଲ୍ଲା ପ୍ରଶାସନର ଗୋଟିଏ ଟିମ ବିଷାକ୍ତ ମଦ ମୃତ୍ୟୁ ଘଟଣାର ଖବର ପାଇବା ପରେ ଅମିଲିଆ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଥିବା ସେ କହିଛନ୍ତି।


ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି, ବିଷାକ୍ତ ମଦ ପିଇ ଉତ୍ତର ପ୍ରଦେଶର ଲକ୍ଷ୍ନୌ, ପ୍ରୟାଗରାଜ, ଫିରୋଜାବାଦ, ହାପୁର, ମଥୁରା ଭଳି ସ୍ଥାନରେ ଘଟି ଚାଲିଛି।

ଆଗ୍ରା, ବାଘପଟ ଓ ମୀରଟରେ ମଧ୍ୟ ଲୋକ ମଦ ପିଇ ଜୀବନ ହାରୁଛନ୍ତି। କାହିଁକି ବିଷାକ୍ତ ମଦ ମାଫିଆଙ୍କ ବିରୋଧରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି? କିଏ ଏହି ଘଟଣା ପାଇଁ ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି।

Related story